ହଳଦିଆପଦର ବ୍ରିଜ ତିଆରି ବେଳରୁ ଭୁଲ ଅଛି ଡିଜାଇନ : ମନ୍ତ୍ରୀ
ହଳିଦିଆପଦର ବ୍ରିଜ ଡିଜାଇନ ହେବ । ହଳଦିଆପଦର ଦୁର୍ଘଟଣା ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ଏ ଘଟଣା ଏବେର ନୁହେଁ । ଯେଉଁଦିନରୁ ବ୍ରିଜ ତିଆରି ହୋଇଛି, ସେବେଠାରୁ ଡିଜାଇନ ଭୁଲ ଅଛି । ଏହା ଭିତରେ ବହୁତ୍ ଜୀବନ ଅକାରଣରେ ଗଲାଣି । ନିଜର ସ୍ବାର୍ଥ ସାଧନ ପାଇଁ ଯେଉଁ ଭଳି କାମ କରାଯାଇଥିଲା । ସମସ୍ତେ ନିନ୍ଦା ମଧ୍ୟ କରୁଛନ୍ତି । ଆଉ ଆଜି ଯେଉଁମାନେ କହୁଛନ୍ତି, ସେମାନେ ଆଗରୁ କହୁନଥିଲେ ।

ବ୍ରିଜ ପ୍ରସଙ୍ଗରେ ଆଗରୁ ବହୁତ ଥର ସ୍ୱର ଉତ୍ତୋଳନ କରାଯାଇଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଭୁଲ ହୋଇଥିବା ଡିଜାଇନ୍ ପରିବର୍ତ୍ତନ କରାଯାଇ ନଥିଲା । ହଳଦିଆପଦର ଦୁର୍ଘଟଣା ଏବେ ସମସ୍ତଙ୍କ ଆଖି ଖୋଲିଦେଇଛି । ଆଗକୁ ଡିଜାଇନ ଭଲ ଭାବେ କରାଯିବ । ଜାନୁଆରୀ ୩୧ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଯାଇଥିଲା । ଏହାକୁ ନେଇ ସୁପ୍ରିମକୋର୍ଟ ରୋଡ଼ ସେଫ୍ଟି କମିଟି ରିପୋର୍ଟ ମାଗିଥିଲେ । ଯାହାକୁ ନେଇ ମୁଖ୍ୟ ଶାସନ ସଚିବ ମଧ୍ୟ ଲେଖିଛନ୍ତି । ଏହା ଉପରେ ବିଭାଗୀୟ ଟିମ୍ ସ୍ପଟ୍ ଉପରକୁ ଯାଇ ତଦନ୍ତ କରିଛି । ଯେଉଁ ଗାଡ଼ି ଦୁର୍ଘଟଣା କରିଥିଲା, ତାର ରେଜିଷ୍ଟ୍ରେସନ ବାତିଲ କରାଯାଇଛି । ଡ୍ରାଇଭରକୁ ମଧ୍ୟ ବିଏନଏସ ୧୦୫ରେ ତୁରନ୍ତ ଗିରଫ କରାଯାଇଛି।
-
ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା -
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ -
Doon Lit Fest ରେ ସାହିତ୍ୟ-ସିନେମା-ଇତିହାସ-ଟେକ୍ନୋଲୋଜିର ମହାମିଳନ, ଦେହରାଦୁନରେ ବଡ଼ ଲିଟ୍ ଇଭେଣ୍ଟ -
ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ -
ସମ୍ରାଟ ଚୌଧୁରୀ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ହେଲେ ବିଧାୟକ ଦଳ ନେତା -
Adani Energyର ବଡ଼ ପଦକ୍ଷେପ; ମୁମ୍ବାଇକୁ ମିଳିଲା କ୍ଲିନ୍ ଏନର୍ଜି ବୁଷ୍ଟ, 1000 MW ପାୱାର୍ ଲିଙ୍କ ଚାଲୁ -
Adani Green Energy Limited ESG ରେଟିଂରେ ନମ୍ବର 1—87.3 ସ୍କୋର ସହ ଦେଶରେ ଶୀର୍ଷରେ -
IPL 2026 : ସନ୍ଧ୍ୟାରେ ବେଙ୍ଗାଲୁରୁ-ଲକ୍ଷ୍ନୌ ଟକ୍କର -
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ -
ନୀତିଶ ଯୁଗ’ର ଅନ୍ତ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା -
ଭାରତ ମଧ୍ୟସ୍ଥ ହେଲେ ସ୍ବାଗତ କରିବୁ: ଟ୍ରମ୍ପ -
ଓଭରଲୋଡ୍ ଗାଡ଼ି ଉପରେ କଡ଼ା ନଜର, ଦେବାକୁ ପଡ଼ିବ ୪ ଗୁଣା ଅଧିକ ଟୋଲ୍ ଟ୍ୟାକ୍ସ



Click it and Unblock the Notifications