ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ବଡ଼ ମହାସ୍ନାନ
Odisha
oi-Rakesh Kumar Barik
ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ବଡ଼ ମହାସ୍ନାନ । ଶ୍ରୀମନ୍ଦିରରେ ଖଙ୍କାର ପଡିଥିବାର ଦେଖିଲା ପରେ ତୁରନ୍ତ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି । ଯେଉଁଥିଲାଗି କିଛି ସମୟ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ପରେ ନୀତି ସଂପନ୍ନ ହେବା ପରେ ଦର୍ଶନ ସ୍ୱାଭାବିକ ହୋଇଛି ।
ଖବର ଅନୁଯାୟୀ, ମହାପ୍ରଭୁଙ୍କ ସକାଳ ଧୂପ ପରେ ଶ୍ରୀମନ୍ଦିର ଭିତର କାଠ ନିକଟରେ ଖଙ୍କାର ପଡିଥିବାର ଦେଖିଥିଲେ ସେବାୟତ । ସେବାୟତମାନେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ । ଏହାପରେ ତୁରନ୍ତ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ହେବାକୁ ନିଷ୍ପତ୍ତି ନିଆଯାଇଥିଲା । ଯେଉଁଥି ପାଇଁ କିଛି ସମୟ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଠାକୁରଙ୍କ ବଡ଼ ମହାସ୍ନାନ ନୀତି ସରିବା ପରେ ଅନ୍ୟାନ୍ୟ ନୀତି କାନ୍ତି ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
English summary
The great bath of the great sage in the temple