Get Updates
Get notified of breaking news, exclusive insights, and must-see stories!

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ

ବଡ଼ଦେଉଳରେ ବଡ଼ଠାକୁରଙ୍କ ବଡ଼ ମହାସ୍ନାନ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ମହାସ୍ନାନ। କେହି ଜଣେ ମହାପ୍ରଭୁଙ୍କୁ ଛୁଇଁ ଦେବାରୁ ମହାସ୍ନାନ କରାଯାଇଛି। ମହାସ୍ନାନ ଯୋଗୁଁ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ। ମହାସ୍ନାନ ନୀତି ସରିବା ପରେ ପୁଣି ଚାଲିବ ସର୍ବସାଧାରଣ ଦର୍ଶନ।

Mahaprabhu s

ରବିବାର ଦିନ ଜଣେ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ଏହି ସମୟରେ ବ୍ୟକ୍ତି ଜଣଙ୍କ ହଠାତ୍‌ ଶ୍ରୀମନ୍ଦିର ମଧ୍ୟକୁ ଯାଇ ମହାପ୍ରଭୁଙ୍କୁ ଛୁଇଁ ଦେଇଥିଲେ । ଯାହାଫଳରେ ମହାସ୍ନାନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ତୁରନ୍ତ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଥିଲା । ଆଉ ମହାପ୍ରଭୁଙ୍କର ମହାସ୍ନାନ ହୋଇଥିଲା । ଯାହାକୁ ସାଧାରଣତଃ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ ବୋଲି କୁହାଯାଏ । ତେବେ ଠାକୁରଙ୍କ ମହାସ୍ନାନ ପରେ ସାଧାରଣ ଦର୍ଶନକୁ ପୂର୍ବ ପରି ଚାଲୁରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+