ଜିରୋ ନାଇଟ୍ ସେଲିବ୍ରେସନ ସମୟରେ ମଦୁଆଙ୍କ ଉପରେ ରହିବ କଡା ନଜର , ମନ୍ତ୍ରୀ କଲେ ତାଗିଦ୍

ଦିନକ ପରେ ନୂଆବର୍ଷ । ସବୁଠୁ ପ୍ରସ୍ତୁତି ଜୋରଦାର । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ଜୋରଦାର ପ୍ରସ୍ତୁତି କରାଯାଇଛି । ତେବେ ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ମଦୁଆଙ୍କ ଉପରେ କଡ଼ା ନଜର ରଖିବେ ସରକାର ।

pruthiraj harichandan

ମଦ୍ୟପାନ ଜନିତ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଅସ୍ଥାୟୀ ବାର୍ ଖୋଲିବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛନ୍ତି ସରକାର । ବେଆଇନ ମଦ କାରବାର ଉପରେ ଗତ ୨୭ ତାରିଖରୁ ଚଢ଼ାଉ ଚାଲିଛି । ଅନେକ ସ୍ଥାନରେ ମଦ ଜବତ କରାଯିବା ସହ ବେଆଇନ ମଦ ବେପାରୀଙ୍କୁ ଗିରଫ ମଧ୍ୟ କରିଛି ଅବକାରୀ ବିଭାଗ । ପୁରା ଓଡ଼ିଶାରେ ପୋଲିସ, ଅବକାରୀ ବିଭାଗ ମିଳିତ ଭାବେ ଏହି ପ୍ରକ୍ରିୟା ଚଳାଇଛନ୍ତି ।

ନୂଆବର୍ଷରେ ବେଆଇନ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ପାଇଁ ଆହୁରି କଠୋର ହେବେ ରାଜ୍ୟ ସରକାର । ପ୍ରତି ଜିଲ୍ଲାରେ ରହିବେ ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ । ଜିଲ୍ଲାରେ କୌଣସି ଜାଗାରେ ଯେମିତି ଚୋରା ମଦ ବିକ୍ରି ନହେବ, ତାହାର ଟାର୍ଗେଟ ନେଇ ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟ କରିବ । ଜବତ ହେଉଥିବା ଗାଡ଼ି ଗୁଡ଼ିକୁ ସରକାର ସମ୍ପୂର୍ଣ୍ଣ ବାଜ୍ୟାପ୍ତି କରିବେ ବେଲି ଆଇନ ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+