ପ୍ରତି ୩ ଘଣ୍ଟାରେ ବାତ୍ୟା ‘ଦାନା'ର ଅପଡେଟ୍ ଦେବେ ସରକାର

ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସାମୁଦ୍ରିକ ବାତ୍ୟା 'ଦାନା' ସୃଷ୍ଟି ହୋଇଛି। 'ଦାନା'ର ପ୍ରଭାବ କେନ୍ଦ୍ରାପଡ଼ାଠାରୁ ବାଲେଶ୍ବର ଉପକୂଳ ପର୍ଯ୍ୟନ୍ତ ରହିବ। ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କିମି ରହିଥିବ। ଅତିରୁ ଅତିପ୍ରବଳ ବର୍ଷା ହେଉଥିବ। ବେଳେବେଳେ ପବନର ବେଗ ୧୨୦ କିମି ଛୁଇଁପାରେ।

୨୪ ତାରିଖ ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁବାକୁ ଥିବା ଏହି ବାତ୍ୟାର ପ୍ରଭାବ ବହୁ କମ୍‌ ସମୟ ରହିବ। ସ୍ଥଳଭାଗରେ ମାତ୍ର ୩୦ କିମି ପର୍ଯ୍ୟନ୍ତ ବାତ୍ୟା ତାଣ୍ଡବ ରଚିବ ଏବଂ ୨୫ ତାରିଖ ଭୋର ବେଳକୁ ଗଭୀର ଅବପାତରେ ପରିଣତ ହୋଇସାରିଥିବ।

ଅନ୍ୟପଟେ ବାତ୍ୟା ଦାନାକୁ ନେଇ ଅକ୍ଟୋବର ୨୪ ରାତିରୁ ଅକ୍ଟୋବର ୨୫ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରତି ୩ ଘଣ୍ଟା ବ୍ୟବଧାନରେ ବାତ୍ୟା 'ଦାନା' ନେଇ ଅପଡେଟ୍ ଦେବେ ରାଜ୍ଯ ସରକାର। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଅଗ୍ନିଶମ ସେବାର ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସୋସିଆଲ୍ ମିଡିଆ ହ୍ୟାଣ୍ଡେଲଗୁଡିକ ନିୟମିତ ବ୍ୟବଧାନରେ ବାତ୍ୟା ଏବଂ ବର୍ଷା ସହିତ ଜଡିତ ସମସ୍ତ ସୂଚନା ପ୍ରତି ୩ ଘଣ୍ଟା ମଧ୍ୟରେ ପ୍ରଦାନ କରିବେ।

cyclone dana

ତେବେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରାଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ୨୪ ଅକ୍ଟୋବର ରାତିରୁ ୨୫ ଅକ୍ଟୋବର ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଏବଂ ବାତ୍ୟା ଜନିତ ସମସ୍ତ ଅପଡେଟ୍ ଜନତାଙ୍କୁ ପ୍ରଦାନ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+