ବଡ଼ଧରଣର ଅଦଳବଦଳ କଲେ ସରକାର, ୬୬ ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱ : ସରକାରୀସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହୋଇଛି। ଗୋଟିଏ ଦିନରେ ୬୬ ଜଣ ଅଧିକାରୀଙ୍କୁ ବଦଳି କରିଛି ଗୃହ ବିଭାଗ। ଆଜି ଯୁଗ୍ମ ସଚିବ, ଉପ-ସଚିବ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

loka seva bhawan

ବିଜ୍ଞପ୍ତି ଅନୁଯାୟୀ, ଗୃହ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଆଇଏଏସ୍‌ ନିତ୍ୟାନନ୍ଦ ସିଂଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ବଦଳି କରାଯାଇଥିବାବେଳେବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗରେ କାର୍ଯ୍ୟରତ ଆଇଏଏସ୍‌ ସୁନାରାମ ମୁର୍ମୁଙ୍କୁ ଲୋକ ସମ୍ପର୍କ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ସ୍ଥାନାନ୍ତର କରାଯାଇଛି। ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ କାର୍ଯ୍ୟରତ ଶ୍ରୀକାନ୍ତ ନାୟକଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ବଦଳି କରାଯାଇଛି। ଆଇଏଏସ୍‌ ନବୀନ ଚନ୍ଦ୍ର କୁମ୍ରାଙ୍କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରୁ ଗୃହ ବିଭାଗକୁ ବଦଳି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+