ବୁଲା କୁକୁରଙ୍କ ପାଇଁ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ସରକାର,୨୦୩୦ ସୁଦ୍ଧା ଜଳାନ୍ତକ ରୋଗ ମୁକ୍ତ ହେବ ଓଡିଶା

ବୁଲା କୁକୁରଙ୍କ ପାଇଁ ସରକାରଙ୍କ ବଡ ପଦକ୍ଷେପ । ରାଜ୍ୟରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ କିଏ ନା କିଏ ବୁଲା କୁକୁରଙ୍କ କାମୁଡାର ଶିକାର ହେଉଛନ୍ତି । କୁନି କୁନି ପିଲାମାନେ ବ କୁକୁର ଆକ୍ରମଣର ଶିକାର ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଯାହାଦ୍ୱାରା ଜଳାନ୍ତକ ରୋଗରେ ଅନେକ ଲୋକ ପିଡୀତ ହୋଇ ଜୀବନ ହରାଉଛନ୍ତି ।

ତେଣୁ ଏହାକୁ ରୋକିବା ପାଇଁ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର ।୨୦୩୦ ସୁଦ୍ଧା ରାଜ୍ୟରୁ ଜଳାନ୍ତକ ରୋଗକୁ ଦୂର କରିବା ପାଇଁ ଅଣ୍ଟା ଭିଡୁଛନ୍ତି ରାଜ୍ୟ ସରକାର ।

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ଦିନକୁ ଦିନ ରାଜ୍ୟରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢିଚାଲିଛି । ଯେଉଁଥିପାଇଁ ଜଳାନ୍ତକ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ତେଣୁ ଏହାକୁ ରୋକିବା ପାଇଁ ଅର୍ବାନ ହାଉସିଂ ଡେଭଲପମେଣ୍ଟ ସହ ମିଶି ସରକାର ବୁଲା କୁକୁରଙ୍କ ଟିକାକରଣ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+