ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ଲାନ ୧,୨, ୩ ଥାଏ: ସୁରେଶ ପୂଜାରୀ
ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ । ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ଲାନ ୧,୨, ୩ ଥାଏ ।
ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ବେଳେ କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ । ମୁଁ ନିଜେ ସାମ୍ନାକୁ ଆସିଥିଲି, ଆମ ଉପରେ ଭରସା ରଖନ୍ତୁ
। ଯେଉଁ ଅଫିସର ଧର୍ମଘଟରେ ଅଛନ୍ତି, ତାଙ୍କ କଷ୍ଟ ଓ ଭାବନା ସହ ସରକାର ଅଛନ୍ତି।

ଘଟଣାରେ ୫ ଜଣ ଗିରଫ ହୋଇ ସାରିଲେଣି, ଦଳରୁ ନିଲମ୍ବନ ବି ହୋଇଛି । ଯଦି ବିନା ପ୍ରମାଣରେ ପ୍ରଚ୍ଛଦ ପଟର କିଏ ଗିରଫ ହୁଅନ୍ତି, କୋର୍ଟ ଗ୍ରହଣ କରିବେନି । ଯେଉଁମାନଙ୍କ ଭିଡିଓ ଫୁଟେଜ ଅଛି, ସେମାନେ ଗିରଫ ହୋଇ ସାରିଛନ୍ତି ।
ପ୍ରଚ୍ଛଦ ପଟରେ କିଏ, ଖୋଜିବାକୁ ଟିକେ ସମୟ ଲାଗିବ, କେହି ବର୍ତ୍ତିବେ ନାହିଁ । ରଥଯାତ୍ରା ସହ ବନ୍ୟା ପରିସ୍ଥିତି ରହିଛି, ଧର୍ମଘଟ ସ୍ଥଗିତ ରଖନ୍ତୁ, ପରେ କରିପାରିବେ ।












Click it and Unblock the Notifications