ରାସନ କାର୍ଡ e-KYC ଅବଧି ବଢାଇଲେ ସରକାର, ଆଉ କେତେ ଦିନ ବାକି ରହିଲା ?

ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସୁବିଧା ପାଉଥିବା ହିତାଧିକାରୀଙ୍କ ପାଇଁ e-KYC ଅବଧି ବଢାଇଲେ ସରକାର । ପୂର୍ବରୁ ଜାନୁଆରୀ ୧୫ ତାରିଖ ଯାଏ ଏହି ତାରିଖ ଥିଲା ବେଳେ ଆସନ୍ତା ୩୧ ଯାଏଁ e-KYC ଅବଧି ବୃଦ୍ଧି କରାଯାଇଛି । ପାଖ EPS କିମ୍ବା ରାସନ ଯୋଗାଣ କେନ୍ଦ୍ରରେ e-KYC କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ପୂର୍ବରୁ ସରକାର ସୂଚନା ଦେଇଥିଲେ ଯେ, ବାହାର ରାଜ୍ୟକୁ ଯାଇ ଓଡ଼ିଶା ଲୋକଙ୍କ ଇ-କେୱାଇସି କରିବେ ଅଧିକାରୀ। ଗୋଆରେ ଯାଇ ଇ-କେୱାଇସି କରାଯାଇଛି। ଭାରତ ବର୍ଷରେ ଥିବା ଅନ୍ୟ ରାଜ୍ୟକୁ ଯାଇ ବି ସରକାର କରିବେ ଇ-କେୱାଇସି। ବତ୍ତମାନ ସୁଦ୍ଧା ୮୫ ପ୍ରତିଶତ ଶେଷ ହୋଇଛି। ଆହୁରି ୫୦ ଲକ୍ଷ ଲୋକ କରିନାହାନ୍ତି, କିନ୍ତୁ ସମସ୍ତଙ୍କର ଠିକ୍ ସମୟରେ ଶେଷ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଇ-କେୱାଇସିରୁ ରାଜ୍ୟ ସରକାର ପାଇଛନ୍ତି ବଡ଼ ସଫଳତା। ଧରାପଡିଛନ୍ତି ଭୂତ ରାସନ କାର୍ଡଧାରୀ। ବର୍ଷ ବର୍ଷ ଧରି ସରକାରୀ ଯୋଜନାକୁ କରି ଚାଲୁଥିଲେ ହଡ଼ପ। ଜାଲ୍ ହିତାଧୀକାରୀଙ୍କୁ ଚିହ୍ନଟ କରିବାରେ ସହାୟକ ହୋଇଛି।

ration card e-KYC period

ଏହା ସହିତ ମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଗୋଟେ ଗୋଟେ ଜିଲାରୁ ବାହାରିଛନ୍ତି ପାଖାପାଖି ଦେଢ ଲକ୍ଷ ଭୂତ ହିତାଧୀକାରୀ। ସେମାନଙ୍କୁ ବାନ୍ଧିବା ଏବଂ ତାଙ୍କ ପଛରେ ଥିବା ବାବୁଙ୍କୁ ଏନେଇ ମହଙ୍ଗା ପଡ଼ିପାରେ। ବିଜେଡି ପାଇଁ ସୃଷ୍ଟି ହୋଇପାରେ ଆଡୁଆ। କାହିଁକି ନା ନବୀନ ସରକାରର ୨୪ବର୍ଷ ଭିତରେ ଭୂତ ହିତାଧିକାରୀ ଯୋଡ଼ିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+