କଙ୍ଗାରୁକୋର୍ଟରେ ନିର୍ଯାତନା ନେଇ ସରକାରଙ୍କ ସ୍ପଷ୍ଟ ଆଇନ୍ ଅଛି

କଙ୍ଗାରୁକୋର୍ଟ ନେଇ ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ । ପ୍ରେମୀ ଯୁଗଳଙ୍କୁ କଙ୍ଗାରୁକୋର୍ଟରେ ଦଣ୍ଡ ବିଧାନ କରିବା ଅନୈତିକ କାର୍ଯ୍ୟ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କଙ୍ଗାରୁ କୋର୍ଟ ଭଳି ଘୃଣ୍ୟ ପ୍ରଥାକୁ ପ୍ରଶୟ ଦିଆଯିବ ନାହିଁ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ଆଇନଗତ ପ୍ରକ୍ରିୟା ଆରମ୍ଭ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

prurthiraj harichandan

ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ପ୍ରେମୀ ଯୁଗଳଙ୍କୁ ଲଙ୍ଗଳ ପକାଇ ଗାଁ ଦାଣ୍ଡରେ ବୁଲାଇବା ଘଟଣା । ନାରାୟଣପାଟଣା ଥାନାରେ ରୁଜୁ ହେଲା ମାମଲା । ବର୍ଗୀ ପଞ୍ଚାୟତର ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ ଦିଶାରୀ ସମେତ କିଛି ଗ୍ରାମବାସୀଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଦିଶାରି ଅର୍ଥାତ୍ ପୂଜକ ସେମାନଙ୍କ ଗୋବର ପାଣି ସିଞ୍ଚନ କରିଥିଲା ।

ତେଣୁ ଦିଶାରିଙ୍କ ସମେତ ୫ ଜଣଙ୍କୁ ଅଟକ ରଖାଯାଇଛି । ଭିଡିଓ ଭାଇରାଲ୍ ହେବା ପରେ ନିଜେ ନାରାୟଣପାଟଣା ଆଇଆଇସି ପ୍ରମୋଦ ନାୟକ ଓ ତାଙ୍କ ଟିମ୍ ଗାଁରେ ପହଞ୍ଚି ତଦନ୍ତ କରିଛନ୍ତି । ପ୍ରେମୀ ଯୁଗଳଙ୍କୁ ଲଙ୍ଗଳ ପକାଇ ଗାଁ ଦlଣ୍ଡରେ ବୁଲାଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି ଗ୍ରାମବାସୀ । ଏଥିସହ ପ୍ରେମ ସମ୍ପର୍କକୁ ନେଇ ରାୟଗଡ଼ାରେ କଙ୍ଗାରୁ କୋର୍ଟ ଘଟଣାରେ ପ୍ରଶାସନର ତଦନ୍ତ ।

କଲ୍ୟାଣସିଂହପୁର ବ୍ଲକ କଞ୍ଜମଝଡ଼ି ଗାଁରେ ପହଞ୍ଚିଛନ୍ତି ପ୍ରାଶାସନିକ ଅଧିକାରୀ। ଉପଜିଲ୍ଲାପାଳ, ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏଥିପାଇଁ କିଏ ଦାୟୀ ଏବଂ ସେହି ଦୁଇଜଣଙ୍କ ଠାରୁ ପଇସା କିଏ ନେଲା, ସେ ଦୁଇଜଣ କେଉଁଠି ଅଛନ୍ତି ସେନେଇ ପଚରାଉଚରା କରିଛନ୍ତି। ପିଉସୀ-ପୁତୁରାଙ୍କ ପ୍ରେମ ସମ୍ପର୍କକୁ ନେଇ ଗ୍ରାମବାସୀ ମାନେ ହଳ କରାଇଥିଲେ। ଭିଡିଓ ଭାଇରାଲ ହେବା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+