କୋରାପୁଟ ବାସୀଙ୍କୁ ବଡ ଉପହାର ଦେଲେ ସରକାର, ଅଯୋଧ୍ୟାକୁ ଗଡିଲା ପ୍ରଥମ ବସ

କୁମ୍ଭମେଳାରେ ସାମିଲ ହେବାକୁ କୋରାପୁଟରୁ ଅଯୋଧ୍ୟାକୁ ଗଡିଲା ପ୍ରଥମ ସରକାରୀ ବସ୍‌ । ସବୁ ସୁବିଧା ଥିବା ସେମି ସ୍ଲିପର ଭୋଲ୍ଭୋ ବସ୍‌ କୋରାପୁଟରୁ ବାରାଣାସୀ ପ୍ରୟାଗରାଜ ଦେଇ ଅଯୋଧ୍ୟାକୁ ଯାତ୍ରା କରିଛି । କୋରାପୁଟ ସଂସ୍କୃତି ଭବନରେ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ମ୍ୟୁନିସିପାଲିଟି ଚେୟାରମ୍ୟାନ ଓ ଓଏସଆରସିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Koraput

ଦୀର୍ଘଦିନ ଧରି କୋରାପୁଟ ଠାରୁ ପ୍ରୟାଗରାଜ କୁମ୍ଭ ମେଳାକୁ ସରକାରୀ ବସ୍‌ ଚଳାଚଳ ପାଇଁ ଦାବି ହୋଇ ଆସୁଥିଲା । କୋରାପୁଟ ଠାରୁ କୌଣସି ସାଧନ ନଥିବା ସହ ବସ୍‌ ଟ୍ରେନର ସୁବିଧା ନଥିବାରୁ ଲୋକେ କୁମ୍ଭମେଳାକୁ ଯାଇପାରୁନଥିଲେ । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ଖୁସି ବ୍ୟକ୍ତ କରିବା ସହ ଧନ୍ୟବାଦ ଜଣାଇଛନ୍ତି କୋରାପୁଟ ବାସିନ୍ଦା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+