ଆଜି କଂଗ୍ରେସରେ ମିଶିବେ ଗମାଙ୍ଗ ପରିବାର

ଆଜି କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପରିବାର ସଦସ୍ୟ । ଆଜି ନୂଆଦିଲ୍ଲୀରେ ଗିରିଧର, ତାଙ୍କ ପତ୍ନୀ ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ । ସେହିପରି ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିବେ ବୋଲି ସୂଚନା ମିଳିଛି । ଆଜି ଏହି ନେତାମାନେ ଦଳରେ ବିଧିବଦ୍ଧ ଭାବେ ସାମିଲ ହେବେ ।

giridhari gamang

ପିସିସି ସୂତ୍ରରୁ ଜଣାପଡ଼ିଛି ଯେ, ଗମାଙ୍ଗଙ୍କ ସମେତ ତାଙ୍କ ପତ୍ନୀ ଓ ପୁଅ ଏବଂ ସଞ୍ଜୟ ଭୋଇ ଗତ ଶନିବାର ନୂଆଦିଲ୍ଲୀରେ ଓଡ଼ିଶା ପିସିସି ପ୍ରଭାରୀ ଅଜୟ କୁମାରଙ୍କୁ ଭେଟି ଦଳକୁ ଫେରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ଏହି ନେତାମାନଙ୍କର କଂଗ୍ରେସକୁ ଘରବାହୁଡ଼ା ହେବାର କାର୍ୟ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ଗିରିଧାରୀ ଗମାଙ୍ଗ ଓ ତାଙ୍କ ପରିବାର ପୂର୍ବରୁ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ମିଶିଥିଲେ । ସେଠାରେ ସେ କ୍ଷମତା ଠାରୁ ଦୁରେଇ ରହିବା ପରେ ବିଜେପି ଛାଡି ଭାରତୀୟ ରାଷ୍ଟ୍ରୀୟ ସମିତିରେ ମିଶିଥିଲେ । ସେଠାରେ ବି ନିରାଶ ହେବା ପରେ ଏବେ ପୁଣି କଂଗ୍ରେସକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+