ହାତୀ ଘଉଡ଼ାଇବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ବନ କର୍ମଚାରୀ

ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀ ହେଲେ ଆକ୍ରୋଶର ଶିକାର। ହାତୀ ଭୟରେ କଲବଲ ହେଉଥିବା ଲୋକେ ବନ କର୍ମଚାରୀଙ୍କୁ କଲେ ଟାର୍ଗେଟ। ସମୁଦାୟ ୬ ବନ କର୍ମଚାରୀଙ୍କ ମଧ୍ୟରୁ ଗ୍ରାମବାସୀ ୩ ଜଣଙ୍କୁ ନିର୍ଘାତ ପିଟିଥିବା ବେଳେ ଆଉ ୩ ଜଣ ଖସି ପଳାଇ ଯାଇଛନ୍ତି।

elephants

ଗତକାଲି ଅନୁଗୋଳ ରେଞ୍ଜ ଫୁଲପଡା ଅଞ୍ଚଳରେ ହାତୀ‍ପଲ ବୁଲୁ‍ଥିବା ଖବର ପାଇଥିଲା ବନ ବିଭାଗ। ହାତୀ ପଲ ବୁଲୁଥିବା ବେଳେ ଲୋକଙ୍କ ଘରଦ୍ୱାର ଓ ଫସଲ ଉଜାଡ଼ୁଥିଲେ। ମାତ୍ର ବନ ବିଭାଗ ଏ ଦିଗରେ ତତ୍ପରତା ପ୍ରକାଶ କରୁ ନ ଥିବାରୁ ତାତି ଯାଇଥିଲେ ଲୋକେ।

ଗତ ରାତିରେ ବନ ବିଭାଗ ଗାଡିରେ ୬ ଜଣ ହାତୀ ସ୍କାର୍ଡ଼ ହାତୀକୁ ଘଉଡାଇବା ପାଇଁ ଫୁଲପଡା ଅଞ୍ଚଳରେ ପହଞ୍ଚିଥିଲେ। ହାତୀ ଉତ୍ପାତରେ ଅତିଷ୍ଠ ଲୋକେ ହଠାତ ବନକର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।

ଲୋକଙ୍କ ମାଡ଼ ଭୟରେ ୩ ବନ କର୍ମଚାରୀ ଛତ୍ର ଭଙ୍ଗ ଦେଇଥିବା ବେଳେ ଆଉ ୩ ଜଣ ଖାଇଥିଲେ ନିର୍ଧୂମ ଛେଚା। ସେଥିମଧ୍ୟରୁ ଜଣେ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ସୁକାନ୍ତ କୁମାର ସାହୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+