ଦରଦାମ ବୃଦ୍ଧି ଉପରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ, କହିଲେ ଖୁବ୍ ଶୀଘ୍ର....
ଭୁବନେଶ୍ୱର: ହୁ ହୁ ହୋଇ ବଢିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର । ଆଉ ଏହାର ପ୍ରଭାବ ଲୋକଙ୍କ ଉପରେ ସିଧାସଳଖ ଭାବରେ ପଡ଼ୁଛି । ଆଉ ବର୍ତ୍ତମାନ ରାଜ୍ୟରେ ବୃଦ୍ଧି ହେଉଥିବା ଦରଦାମ ଉପରେ ନିୟନ୍ତ୍ରଣ ପାଇଁ ସବୁ ଜିଲାରେ ଖୁବ୍ ଶୀଘ୍ର ମଣ୍ଡି ଖୋଲିବ । ଏ ନେଇ ସୋମବାର କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର ।
ସେ କହିଛନ୍ତି, କୃଷକମାନେ ମଣ୍ଡିକୁ ଉତ୍ପାଦନ ସାମଗ୍ରୀ ଆଣିବେ । ଆଉ ସେଠାରୁ ହିଁ ବିକ୍ରି ହେବ । ପାଇକାରି ଦର କମ ଥିବାବେଳେ ୪ଥାକରେ ଗ୍ରାହକଙ୍କ ପାଖରେ ପହଞ୍ଚୁଛି ପନିପରିବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ । ବଡ଼ କଥା ମଣ୍ଡି ହେଲେ ମିଡିଲ ମ୍ୟାନଙ୍କ ପ୍ରାଦୁର୍ଭାବ କମିବ । ଫଳରେ ର୍ଦ ଉପରେ ନିୟନ୍ତ୍ରଣ ଲାଗିବ ।

ଦୋକାନରେ ପ୍ରକୃତ ଦରର ଲିଷ୍ଟ ଲାଗିବ । ଏନେଇ ଖୁବ ଶୀଘ୍ର କୃଷି ବିଭାଗ କୋପରେଶନ ଓ ଖାଉଟି ବିଭାଗର ଖୁବଶୀଘ୍ର ବସିବ ସମନୟ ବୈଠକ । ପ୍ରଥମେ ୧୩୭ ଲକ୍ଷ ଟନ୍ରୁ ୨୦୦ ଲକ୍ଷ ଟନ୍ ଉତ୍ପାଦନ କେମିତି ହେବ ସେନେଇ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହେବ ।












Click it and Unblock the Notifications