ଆକାଶମାର୍ଗରୁ ଫେରିଗଲା ଦିଲ୍ଲୀରୁ ଝାରସୁଗୁଡ଼ା ଆସୁଥିବା ବିମାନ
ଭୁବନେଶ୍ବର: ଆକାଶମାର୍ଗରୁ ଫେରିଗଲା ଦିଲ୍ଲୀରୁ ଝାରସୁଗୁଡ଼ା ଆସୁଥିବା ବିମାନ । ଦିଲ୍ଲୀ-ଝାରସୁଗୁଡ଼ା ସ୍ପାଇସଜେଟ୍ ବିମାନ ଅଧାରାସ୍ତାରୁ ଫେରିଯାଇଛି । ବିମାନର ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଫେରି ଯାଇଛି ବିମାନ । ଏ ନେଇ ଝାରସୁଗୁଡ଼ା ଏୟାରପୋର୍ଟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଏହି ବିମାନ ଦିନ ୩ଟା ୨୦ ମିନିଟ୍ ସମୟରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଁଞ୍ଚିବାର ଥିଲା। ହେଲେ ଆସି ନଥିଲା ବିମାନ । ବୈଷୟିକ ତ୍ରୁଟି ଓ ମେଡିକାଲ ସମସ୍ୟା ଦର୍ଶାଇ ଅଧାରୁ ଆକାଶମାର୍ଗରୁ ଫେରି ଯାଇଛି ବିମାନ । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରୁ ଯାତ୍ରୀଙ୍କୁ ନେଇ ଫେରିନଥିବାବେଳେ ଏପଟେ ଝାରସୁଗୁଡ଼ାରୁ ଦିଲ୍ଲୀ ଯିବାକୁ ଅପେକ୍ଷାରେ ଅଛନ୍ତି ଯାତ୍ରୀ ।

ତେବେ ବିମାନ ଫେରିଯିବା ହେତୁ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିିଛି । ଝାରସୁଗୁଡ଼ାରୁ ଦିଲ୍ଲୀ ଯିବାକୁ ଅପେକ୍ଷାରେ ଅଛନ୍ତି ଅନେକ ଯାତ୍ରୀ । ଏହି ଘଟଣା ପରେ ଲୋକେ ଟିକେ ଭୟଭିତ ହୋଇଛନ୍ତି । ତେବେ ବିମାନ ଦିଲ୍ଲୀରୁ ଶୀଘ୍ର ଆସିବା ନେଇ ସେମାନେ ଅପେକ୍ଷା କରିଛନ୍ତି । ତେବେ ବିମାନ ଆସିବା କିମ୍ବା ଯିବା ନେଇ କିଛି ଜଣାପଡି ନାହିଁ ।
ସୂଚନା ଯୋଗ୍ୟ, ଦିଲ୍ଲୀ-ଝାରସୁଗୁଡ଼ା ବିମାନରେ ବୈଷୟିକ ତ୍ରୁଟି ଦେଖିବାକୁ ମିଳିଛି । ଅଧାରାସ୍ତାରୁ ଫରିଯାଇଛି ସ୍ପାଇସଜେଟ୍ ବିମାନ। ଶୁକ୍ରବାର ନୂଆଦିଲ୍ଲୀରୁ ଝାରସୁଗୁଡ଼ା ଆସୁଥିବା ସ୍ପାଇସଜେଟ୍ ବିମାନ ଅଧାରାସ୍ତାରୁ ପୁନଃ ଦିଲ୍ଲୀ ଫେରିଛି ।












Click it and Unblock the Notifications