ଜୁନ୍‌ ୩ ତାରିଖରେ ବସିବ କୋଟିଆ କମିଟିର ପ୍ରଥମ ବୈଠକ, ନିଯୁକ୍ତ ହେବେ ସ୍ବତନ୍ତ୍ର ଅଧିକାରୀ'

ଜୁନ୍‌ ୩ ତାରିଖରେ ବସିବ କୋଟିଆ କମିଟିର ପ୍ରଥମ ବୈଠକ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । କୋଟିଆ ପାଇଁ ନିଯୁକ୍ତ ହେବେ ସ୍ବତନ୍ତ୍ର ଅଧିକାରୀ' । କୋଟିଆ ପାଇଁ ଦୀର୍ଘ ଓ ସ୍ବଳ୍ପ ମିଆଦି ଯୋଜନା କରାଯିବ । ସୁପ୍ରିମକୋର୍ଟରେ ମାମଲାର ପୁନଃବିଚାର ଆବେଦନ ହୋଇଛି' । କୋଟିଆ ଲୋକେ ଓଡ଼ିଶା ସହିତ ଥିଲେ ଓ ରହିବେ ।

suresh pujari

କୋଟିଆ ବିବାଦ ପ୍ରସଙ୍ଗକୁ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଏଥିରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅଧ୍ୟକ୍ଷ ଥିବାବେଳେ ମୋଟ ୧୬ ଜଣ କମିଟିରେ ରହିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ କମିଟିର ଆବାହକ ତଥା ସଦସ୍ୟ ଥିବାବେଳେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ଏସ୍‌ସି, ଏସ୍‌ଟି ବିଭାଗର ପ୍ରମୁଖ ସଚିବ, ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ, ଶ୍ରମ ବିଭାଗ ପ୍ରମୁଖ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ, ଓଡ଼ିଶା ଭାଷା, ସଂସ୍କୃତି ବିଭାଗର ପ୍ରମୁଖ ସଚିବ, ଆଇନ ବିଭାଗ ପ୍ରମୁଖ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଆର୍‌ଡିସି ବ୍ରହ୍ମପୁର, ଦକ୍ଷିଣାଞ୍ଜଳ ଡିଆଇଜି, କୋରାପୁଟ ଜିଲାପାଳ ଏବଂ ଏସ୍‌ପିଙ୍କୁ ଏହି କମିଟିର ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଏକ କମିଟି ଗଠନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ସେହି କ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗୁରୁବାର ଏହି କମିଟି ଘୋଷଣା କରାଯାଇଛି।

ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି, କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ୍‌ର କୋଟିଆ ପଞ୍ଚାୟତକୁ ସ୍ବତନ୍ତ୍ର ଦୃଷ୍ଟିଦେଇ ସେଠାରେ ଯେପରି ସବୁ ପ୍ରକାର ସରକାରୀ ସୁବିଧା ଏକ ପ୍ରଶାସନିକ ବ୍ୟବସ୍ଥା ଭିତରେ ପହଞ୍ଚିବ ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର। କୋଟିଆ ଗ୍ରାମପଞ୍ଚାୟତର ବିକାଶ ଲାଗି ଗୋଟିଏ ଏଜେନ୍ସି ଦ୍ୱାରା ସବୁ ପ୍ରକାର ସରକାରୀ ସୁବିଧା ସେଠାକାର ବାସିନ୍ଦାଙ୍କୁ ଯୋଗାଇ ଦିଆଯିବ। ଏହାର ଦାୟିତ୍ୱ ଜଣେ ଓଏଏସ୍‌ କିମ୍ବା ଓଆର୍‌ଏସ୍‌ ଅଫିସରଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ଖୋଲାଯାଇ କରାଯିବ। ସେଠାରେ ଓଡ଼ିଆ ଭାଷା, ସଂସ୍କୃତି, ପର୍ବ ଭଲ ଭାବେ ପାଳନ କରାଯିବ। ସେଠାକାର ଲୋକଙ୍କୁ କିପରି ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଇପାରିବ ଏବଂ ଅର୍ଥ ବ୍ୟବସ୍ଥା କିପରି ହେବ, ସୀମାନ୍ତବର୍ତ୍ତୀ ରାଜ୍ୟ କେଉଁ ସୁବିଧା ଦେଉଛନ୍ତି ତା'ର ତର୍ଜମା ରାଜ୍ୟସ୍ତରୀୟ କମିଟି କରିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଗତ ଏପ୍ରିଲ ୨୨ରେ କୋରାପୁଟ ଜିଲାର କୋଟିଆ ପଞ୍ଚାୟତ ସମ୍ପର୍କରେ ସମୀକ୍ଷାକରି ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ପରେ ଏହାର ସମାଧାନ ପାଇଁ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜସ୍ବ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯିବ ବୋଲି କୁହାଯାଇଥିଲା। ଉକ୍ତ କମିଟି ସ୍ଥିତି ଅନୁଧ୍ୟାନକରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବ ବୋଲି କୁହାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+