ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ଭକ୍ତଙ୍କ ମନରେ ଆନନ୍ଦ

ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା। ସୋମବାର ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିବା ସହ ମହାପ୍ରସାଦ ପାଇ ଭକ୍ତମାନେ ଆନନ୍ଦରେ ବିଭୋର ହୋଇପଡ଼ିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ କର୍ମବେଦି ଶ୍ରୀମନ୍ଦିର ଛାଡ଼ି ନବଦିନ ଯାତ୍ରାରେ ଆସି ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି। ରଥତ୍ରୟ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ରହିଛି। ରବିବାର ରଥ ଉପରେ ନୀତିକାନ୍ତି ସରି ଚାରମାଳ ବନ୍ଧାହେବା ପରେ ଗୋଟିପହଣ୍ଡିରେ ଶ୍ରୀବିଗ୍ରହମାନେ ଆଡ଼ପମଣ୍ଡପକୁ ବିଜେ କରିଥିଲେ।

adap abhada

ଆଡ଼ପ ପହଣ୍ଡି ନିମନ୍ତେ ରବିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟୁଷ ୬ଟା ୧୫ରୁ ୬ଟା ୨୫ ମଙ୍ଗଳ ଆଳତି, ମଇଲମ ୬ଟା ୨୫ରୁ ୬ଟା ୩୫, ତଡ଼ପଲାଗି ୬ଟା ୩୦ରୁ ୬ଟା ୪୫ ମଧ୍ୟରେ ସମ୍ପନ୍ନ ହୋଇଥିଲା। ତିନିରଥରେ ଅବକାଶ ନୀତି ୬ଟା ୫୦ରୁ ୭ଟା ୧୫, ବେଶ ଶେଷ ୭ଟା ୧୦ରୁ ୭ଟା ୪୦, ଗୋପାଳ ବଲ୍ଲଭ ୮ଟା ୩୦ରୁ ୯ଟା ୦୫, ସକାଳଧୂପ ଶେଷ ୯ଟା ୨୦ରୁ ୧୦ଟା ୩୦, ମଇଲମ ୧୦ଟା ୩୦ରୁ ୧୦ଟା ୫୦, ଯାତ୍ରାଙ୍ଗୀ ମହାସ୍ନାନ ଶେଷ ୧୧ଟା ୩୦, ସର୍ବାଙ୍ଗ ୧୧ଟା ୩୫, ବେଶ ୧୧ଟା ୪୦, ତିନି ରଥର ମଧ୍ୟାହ୍ନ ଧୂପ ଶେଷ ୧୨ଟା ୫୦, ସନ୍ଧ୍ୟା ଆଳତି ୧ଟା ୨୫, ସନ୍ଧ୍ୟାଧୂପ ୨ଟା ୪୫, ସିଂହାସନ ମାଜଣା ପରେ ତିନି ରଥର ଘୋଡ଼ାଫିଟା ଓ ଚାରମାଳ ବନ୍ଧା ହୋଇଥିଲା। ମୁଦିରସ୍ତଙ୍କ ଦ୍ୱାରା ତିନି ରଥରେ ପୁଷ୍ପାଞ୍ଜଳି ପ୍ରଦାନ ପରେ ଶ୍ରୀବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ୭ ପହଣ୍ଡି ନିମନ୍ତେ ବିଜେ କାହାଳୀ ବାଜିଥିଲା। ପ୍ରଥମେ ମଦନମୋହନ, ପରେ ରାମକୃଷ୍ଣ ଓ ଶେଷରେ ଚକ୍ରରାଜ ଶ୍ରୀସୁଦର୍ଶନ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ସେହିପରି ପ୍ରଥମେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗୋଟିପହଣ୍ଡିରେ ଆଡ଼ପମଣ୍ଡପକୁ ବିଜେ କରାଯାଇଥିଲା। ପରମ୍ପରା ଅନୁଯାୟୀ, ଠାକୁରମାନେ ପହଣ୍ଡି ପାଇଁ ରଥ ସିଂହାସନ ଛାଡ଼ି ହଂସପଟା ନିକଟକୁ ଆସିବା ପରେ ଟାହିଆ ଲାଗି କରାଯାଇଥିଲା। ପତିମହାପାତ୍ର ସେବକ ଘଷା ଓ ବିଡ଼ିଆ ମଣୋହୀ ସହ ଆଳତି କରିଥିଲେ। ପରେ ପହଣ୍ଡି ହୋଇ ଠାକୁରମାନେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ଘଣ୍ଟ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ଧ୍ୱନିରେ ଶରଧାବାଲି ପ୍ରକମ୍ପିତ ହୋଇଉଠିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+