୩୬ ଘଣ୍ଟା ପରେ ଲିଭିଲା ନିଆଁ, ୪୩ ଦୋକାନ ଜଳିପୋଡ଼ି ପାଉଁଶ
୩୬ ଘଣ୍ଟା ପରେ ଲିଭିଲା ନିଆଁ, ୪୩ ଦୋକାନ ଜଳିପୋଡ଼ି ପାଉଁଶ । ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ ଟିମର ମିଳିତ ଅପରେସନରେ ଶେଷରେ ଭୟଙ୍କର ନିଆଁକୁ ଆୟତ୍ତ କରାଯାଇଛି ।

ପୁରୀ: ୩୬ ଘଣ୍ଟା ପରେ ଲିଭିଲା ପୁରୀ ମିରିଚିକା ଛକରେ ଥିବା ଲକ୍ଷ୍ମୀ ମାର୍କେଟ୍ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ । ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ ଟିମର ମିଳିତ ଅପରେସନରେ ଶେଷରେ ଭୟଙ୍କର ନିଆଁକୁ ଆୟତ୍ତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସେଣ୍ଟାଲ ରେଞ୍ଜ ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ ।
ତିନି ଦିନ ହେଲା ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ ୧୫୦ ଅଗ୍ନିଶମ ଓଡ୍ରାଫ ଟିମ କର୍ମଚାରୀ । ପ୍ରବଳ ଧୂଆଁ ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ପ୍ରାୟ ୭କୋଟିରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଥିବା ନେଇ ସୂଚନା ରହିଛି । ଲୁଗା,ଚୁଡି, ଜୋତା ଆଦି ଦୋକାନ ପୋଡି ଯାଇଛି । ପ୍ରାୟ ୪୩ଟି ଦୋକାନ ଜଳି ପୋଡ଼ି ଛାରଖାର ହୋଇଯାଇଛି । ଗତକାଲି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ ଅଗ୍ନିଶମ ଡିଜି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା । ବର୍ତ୍ତମାନ ନିଆଁ କିପରି ଲାଗିଥିଲା ସେନେଇ ଯାଞ୍ଚ ଜାରି ରହିଛି । ପ୍ରାଥମିକ ସ୍ତରରେ ତଦନ୍ତ କରାଯାଉଛି ।
ସୂଚନାଥାଉ ଯେ, ହୋଲି ଦିନ ଅର୍ଥାତ୍ ବୁଧବାର ଦିନ ରାତି ୮ଟାରେ ପୁରୀର ଏହି ମାର୍କେଟ୍ କମ୍ପ୍ଲେକ୍ସରେ ନିଆଁ ଲାଗିଥିଲା । ସର୍ଟ ସର୍କିଟ୍ ନିଆଁର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।












Click it and Unblock the Notifications