ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଲ ମଝିରେ ଜଳିଗଲେ ଚାଷୀ
୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଲ ମଝିରେ ଜଳିଗଲେ ଚାଷୀ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ବାଲିଗାଁ ନରସିଂହପୁର ଗାଁ ୧୨ ନମ୍ବର ଓ୍ଵାର୍ଡରେ। ମୃତ ଚାଷୀ ଜଣଙ୍କ ହେଲେ ପ୍ରମୋଦ ଦାସ।

ପ୍ରମୋଦଙ୍କ ବିଲ ଦେଇ ୧୧ କେଭି ତାର ଯାଇଥିଲା। ଆଜି ସକାଳେ ପ୍ରମୋଦ ବିଲକୁ ଯାଇଥିବା ବେଳେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ବିଲ ମଝିରେ ସେ ଜଳିଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ପ୍ରମୋଦ ଜଳିଯାଇଥିଲେ। ପ୍ରମୋଦଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
ବିଜୁଳି ବିଭାଗର ଖାମ ଖିଆଲି ନୀତି ପାଇଁ ପ୍ରମୋଦଙ୍କ ଜୀବନ ଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ମୃତ ଚାଷୀଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଦାବି କରି ଇଲେକ୍ଟ୍ରି ଅଫିସ ସମ୍ମୁଖ ଗ୍ରାମବାସୀମାନେ ପ୍ରତିବାଦ କରିଛନ୍ତି।












Click it and Unblock the Notifications