ଖୋଲିଲା ଶ୍ରୀମନ୍ଦିର ଅଧିନସ୍ଥ ପତିତପାବନ ମନ୍ଦିର, ଦର୍ଶନ ନପାଇ ଲକ୍ଷ ଲକ୍ଷ ଭକ୍ତ ନିରାଶ
ପୁରୀ ଶ୍ରୀମନ୍ଦିରରେ ଆଜି ନୀତିରେ ବିଭ୍ରାଟ ହୋଇଥିବା ଦେଖିବାକୁ ମିଳିଛି । ଆଜି ବହୁ ବିଳମ୍ବରେ ପତିତପାବନ ମନ୍ଦିର ଖୋଲିବାରୁ ଭକ୍ତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ମନ୍ଦିର ଖୋଲିବାରେ ଅହେତୁକ ବିଳମ୍ବ ହେବାରୁ ଭୋରରୁ ଦିଅଁଙ୍କ ଶ୍ରୀମୁଖ ଦର୍ଶନ ନକରିପାରିବାରୁ ବଂଚିତ ହୋଇଥିଲେ ଭକ୍ତମାନେ । ଫଳରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ନିରାଶ ହୋଇଥିଲେ । ଗଣମାଧ୍ୟମ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିବା ପରେ ସକାଳ ୯ଟା ୪୫ମିନିଟରେ ଦିଆଁଙ୍କ ଶ୍ରୀମୁଖରେ ଆଳତି ସଂପନ୍ନ ହୋଇଥିଲା ।













Click it and Unblock the Notifications