ଶାରୀରିକ ପରୀକ୍ଷା ବେଳେ ଟଳିପଡିଲେ ପରୀକ୍ଷାର୍ଥୀ
ଓଏସ୍ଏସ୍ସି ପରୀକ୍ଷାରେ ଅଘଟଣ । ଫିଜିକାଲ୍ ଟେଷ୍ଟ ଚାଲୁଥିବା ବେଳେ ଚାଲିଗଲା ଜଣେ ପ୍ରାର୍ଥୀଙ୍କ ଜୀବନ । ମୃତକ ରାଉରକେଲାର ପ୍ରବୀଣ କୁମାର ପଣ୍ଡା ଏବଂ ତାଙ୍କ ବ୍ୟାଚ୍ ନମ୍ବର ଏ-୦୨ ବୋଲି ଜଣାପଡିଛି।

ଖବର ଅନୁଯାୟୀ, ରାଉରକେଲାର ବ୍ୟାଚ୍ ନମ୍ବର ଏ ୦୨ ପ୍ରବୀଣ କୁମାର ପଣ୍ଡା। ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ ସେ ଆବେଦନ କରିଥିଲେ। ଉକ୍ତ ପୋଷ୍ଟ ପାଇଁ ମଙ୍ଗଳବାର ଦିନ ଚାଲିଥିଲା ଫିଜିକାଲ୍ ଟେଷ୍ଟ । ଭବାନୀପୁରରୁ ବାରଗାଡ ୨୫ କିଲୋମିଟର ଦୌଡ଼ରେ ଭାଗ ନେଇଥିଲେ ପ୍ରବୀଣ । ହେଲେ ସଦର ଥାନା କିରେଇ ନିକଟରେ ହଠାତ୍ ଅଚେତ ହୋଇପଡ଼ିଥିଲେ ପ୍ରବୀଣ। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ପ୍ରବୀଣଙ୍କୁ ମୃତ ଘୋଷଣା କରିଛନ୍ତି। ପୁଅର ମୃତ୍ୟୁ ଖବର ପାଇବା ପରେ ପ୍ରବୀଣଙ୍କ ଘରଲୋକ ଭାଙ୍ଗି ପଡ଼ିଛନ୍ତି।












Click it and Unblock the Notifications