ପୁରୀ ବେଳାଭୂମିରୁ ସାରା ବିଶ୍ବ ଦେଖୁଲା ଭାରତୀୟ ନୌସେନାର ପରାକ୍ରମ

ନୌସେନା ଦିବସରେ ନୌବୀରମାନେ ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଅପରେସନ୍ କୌଶଳ ଦେଖାଇଛନ୍ତି। ନୌସେନାର ନୌବୀରମାନେ ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛନ୍ତି। ଭାରତୀୟ ନୈସନାର ଦକ୍ଷତାକୁ ଉପରେ ପୂରା ବିଶ୍ବବାସୀ ନଜର ରଖିଛନ୍ତି। ଜଳଭାଗରେ ବମ୍‌ ବ୍ରଷ୍ଟ ମାନୁଏଭର, ବ୍ୟାନର ଫର୍ମେସନରରେ ଚେତକ, ବୁଡ଼ାଜାହାଜର କଳାପ୍ରଦର୍ଶନ ଓ ଆକାଶମାର୍ଗରେ ନୌବୀରମାନଙ୍କର ପ୍ରଦର୍ଶନ ଦୃଦୟ ଛୁଇଁଛି।

navy day

ଭାରତୀୟ ନୌସେନା ଦିବସ‌ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ବେଳାଭୂମିରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଅଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ଯ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଖୁବ୍ ଅଧିକ ରହିଛି। ଉଦ୍ଭାବନ ଓ ସ୍ୱଦେଶୀକରଣ ଦ୍ୱାରା ଶକ୍ତି ଓ ସାମର୍ଥ୍ୟ ହେଉଛି ଏଥର ନୌସେନା ଦିବସର ଥିମ୍। ନୌସେନା ଦିବସ ପାଳନ ନେଇ ପୁରୀରେ ସୁରକ୍ଷାକୁ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଭାରତୀୟ ନୌସେନା ଦିବସ‌ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ବେଳାଭୂମିରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଅଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ଯ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଖୁବ୍ ଅଧିକ ରହିଛି। ଉଦ୍ଭାବନ ଓ ସ୍ୱଦେଶୀକରଣ ଦ୍ୱାରା ଶକ୍ତି ଓ ସାମର୍ଥ୍ୟ ହେଉଛି ଏଥର ନୌସେନା ଦିବସର ଥିମ୍।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ନୌସେନାର ଏହି ପରାକ୍ରମକୁ ଭାରତ ସମେତ ପୂରା ବିଶ୍ବ ଦେଖୁଛି। ଭାରତୀୟ ନୌସେନା ଜଲସା, ମିଶାଇଲ୍ ଡେଷ୍ଟ୍ରୋୟର ଆଇଏନ୍ଏସ୍ ଦିଲ୍ଲୀ, ଆଇଏନ୍ଏସ୍ ଶକ୍ତି, ଆଇଏନ୍ଏସ୍ ସର୍ୟୁ, ଆଇଏନ୍ଏସ୍ ଅରିହନ୍ତ, ଆଇଏନ୍ଏସ୍ ସାତପୁରା ପ୍ରମୁଖ ନେଭି ଡେ' ଉତ୍ସବରେ ପରାକ୍ରମ ଦେଖାଇଛନ୍ତି। ସେହିପରି ହକ୍, ସି-କିଙ୍ଗ, ମିଗ୍-୨୯ ଭଳି ଫାଇଟର ଜେଟ୍ ଓ ଚେତକ, ଏମ୍ଏସ୍-୬୦ ହେଲିକପ୍ଟର ନୌସେନାର ବୀରତ୍ୱ ମଧ୍ୟ ଦେଖାଇଛନ୍ତି।

ସମାରୋହରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳ, ସାଂସଦ, ବିଧାୟକ, ବରିଷ୍ଠ ଅଧିକାରୀ, ଗଜପତି ମହାରାଜ ଦିବ୍ୟସିଂହଦେବ ଉପସ୍ଥିତ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+