ଶୀତରେ ଥରିବ ସାରା ରାଜ୍ୟ, ଏହି ଦୁଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଜି. ଉଦୟଗିରି ସହରରେ ତିନି ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି । ରାଜ୍ୟର ସବୁଠୁ ଥଣ୍ଡା ସହର ଜି. ଉଦୟଗିରି ରହିଛି। ଶନିବାର ଦିନ ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରୀ ସେଲ୍ସିୟସ ଥିବା କୃଷି ଗବେଷଣା କେନ୍ଦ୍ର ତରଫରୁ ଜାଣିବାକୁ ମିଳିଛି । ଶୁକ୍ରବାର ଦିନ ୮.୪ ଥିବା ବେଳେ ଗୁରୁବାର ଦିନ ୯.୨ ଡିଗ୍ରୀ ରହିଥିଲା । ପ୍ରବଳ ଶୀତ ଓ ଘନ କୁହୁଡ଼ି ଯୋଗୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ଯାଉଛି ।

ପାଣିପାଗ ବିଭାଗ ରାଜ୍ୟରେ ୪୮ ଘଣ୍ଟା ଯାଏ ଶୀତ ଲହରୀ ଚେତାବନୀ ଦେଇଛି। ଆଗାମୀ ୨ ଦିନ ଯାଏ ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳରୁ ଓଡିଶା। ଆସନ୍ତା ୨୪ ଘଣ୍ଟାାରେ ଝାରସୁଗୁଡା ଓ ସୁନ୍ଦରଗଡକୁ କୋଲଡ ୱେବ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି।

weather department
ସେହିପରି ପାଣିପାଗ ବିଭାଗ ଆସନ୍ତାକାଲି ମଧ୍ୟ ଝାରସୁଗୁଡା ଓ ସୁନ୍ଦରଗଡ଼ ଏହି ୨ ଜିଲ୍ଲାରେ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହାସହ ଆସନ୍ତା ୨୪ ଘଂଟାରେ କଲାହାଣ୍ଡି ଓ କନ୍ଧମାଳରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମଧରଣର କୁହୁଡି ପଡ଼ିବାର ସମ୍ଭାବନା ଅଛି। ଆଗାମୀ ୩ ଦିନ ପାଇଁ ସର୍ବନିମ୍ନ ତାପମାତ୍ରାରେ ପରିବର୍ତନ ହେବାର ନାହିଁ। ପରେ ୨ ରୁ ୫ ଡିଗ୍ରି ତାପମାତ୍ରା ବୃଦ୍ଧି ହେବାର ଅଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+