Get Updates
Get notified of breaking news, exclusive insights, and must-see stories!

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ, ସକାଳ ସାଢେ଼ ଆଠଟାରୁ ସୁଦ୍ଧା ୩୪ ଛୁଇଁଲା ତାପମାତ୍ରା

ରାଜଧାନୀରେ ସକାଳୁ ସକାଳୁ ଅସହ୍ୟ ତାତି, ଗୁଳୁଗୁଳି । ପଶ୍ଚିମରୁ ଉପକୂଳ ଜଳୁଛି ଓଡ଼ିଶା । ମୌସୁମୀ ବାୟୁ ବିରାମ ନେବା ପରେ ରାଜ୍ୟରେ ଉପରମୁହାଁ ତାତି । ଗ୍ରୀଷ୍ମ ଲହରି ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ସକାଳ ସାଢ଼େ ୮ଟା ସୁଦ୍ଧା ପୁରୀରେ ସର୍ବାଧୀକ ୩୪.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ସେହିପରି ବାଲେଶ୍ବରରେ ୩୩ ଡିଗ୍ରି, ଚାନ୍ଦବାଲିରେ ୩୨.୮ ଡିଗ୍ରି, ଭୁବନେଶ୍ବରରେ ୩୨ ଡିଗ୍ରି, ଗୋପାଳପୁର ଓ ପାରାଦୀପରେ ୩୧.୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ବରରେ ସକାଳୁ ଆର୍ଦ୍ରତା ୭୩.୬ ପ୍ରତିଶତ ରହିଛି । ଗତକାଲି ଅପରାହ୍ନରେ ସାମାନ୍ୟ ବର୍ଷା ସତ୍ତ୍ବେ ତାତି ଓ ଗରମରେ କୌଣସି ପ୍ରଭାବ ପଡ଼ିନାହିଁ ।

ପାଣିପାଗ ବିଭାଗର ସୂଚନା ମୁତାବକ, ସମୟ ପୂର୍ବରୁ ରାଜ୍ୟରେ ପହଞ୍ଚିଥିଲା ମୌସୁମୀ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । କିନ୍ତୁ ପୁଣି ପୂର୍ବ ପରି ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଲୋକଙ୍କ ପାଇଁ ଦିନରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+