ଶୀତରେ ଥରୁଛି ସାରା ଓଡ଼ିଶା , ରାଜ୍ୟରେ ୧୦ଡ଼ିଗ୍ରି ତଳେ ୮ ସହର

ଭୁବନେଶ୍ବର: ପ୍ରବଳ ଶୀତରେ ସାରା ଓଡ଼ିଶା ଥରୁଛି। ସୂର୍ଯ୍ୟ ଉଦୟ ହେଲେ ସାମାନ୍ୟ ଆଶ୍ବସ୍ତି ଲାଭ କରୁଥିବା ବେଳେ ସୂର୍ଯ୍ୟାସ୍ତ ପରଠାରୁ ପୁଣି ସମାନ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି। ଆଗାମୀ ଦିନରେ ଶୀତ ଆହୁରି ବଢ଼ିବାର ଆଶଙ୍କା ରହୁଛି। ଆଭ୍ୟନ୍ତରୀଣରୁ ଉପକୂଳରୁ ଓଡିଶା ପର୍ଯ୍ୟନ୍ତ ପାଣିପାଗ ବିଭାଗ ପକ୍ଷରୁ କୋଲଡ ୱେବ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ୮ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ରହିଛି। ଏଥିରେ ଝାରସୁଗୁଡ଼ାର ତାପାତ୍ରା ୬.୮ ଡିଗ୍ରି ରହିଛି। ରାଉରକେଲାରେ ୬.୮ ଡିଗ୍ରି, ଫୁଲବାଣୀରେ ୮.୫ ଡିଗ୍ରି, ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରି, ଅନୁଗୁଳରେ ୯ ଡିଗ୍ରି, କେନ୍ଦୁଝରରେ ୯.୨ ଡିଗ୍ରି, ସୁନ୍ଦରଗଡ଼ରେ ୯.୪ ଡିଗ୍ରି, ଭବାନୀପାଟଣାରେ ୯.୪ ଡିଗ୍ରି, ଭୁବନେଶ୍ୱରରେ ୧୩ ଡିଗ୍ରି ଏବଂ କଟକରେ ୧୧.୫ ଡିଗ୍ରି ରେକର୍ଡ କରାଯାଇଛି।

winter

ପାଣିପାଗ ବିଭାଗ କହିଛି, ଆଗାମୀ ୩ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ୧୭ ଠାରୁ ପୁଣି ରାଜ୍ୟରେ ବର୍ଷାର ସମ୍ଭାବନା ଅଛି। ବାୟୁର ଦିଶା ପରିବର୍ତ୍ତନକୁ ନେଇ ବଙ୍ଗୋପ ସାଗରରୁ ରାଜ୍ୟ ମଧ୍ୟକୁ ଯେଉଁ ବାୟୁ ପ୍ରବାହିତ ହେଉଛି। ଏହାଦ୍ୱାରା ଆଦ୍ରତାର ପରିମାଣ ରହୁଛି। ଫଳରେ ଆକାଶ ମେଘୁଆ ସହ କାଁଭାଁ ବର୍ଷା ସମ୍ଭାବନା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+