ପୁଣି ହାତୀ ମୃତ, ଅସୁସ୍ଥତା କାରଣରୁ ବୁଜିଲା ଆଖି

ଆଖି ବୁଜିଲା ଅସୁସ୍ଥ ଦନ୍ତା । ଶୁକ୍ରବାର ରାତିରୁ ସୁନ୍ଦରଗଡ ବନଖଣ୍ଡ ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବି.କରୁଆବାହାଲ ଗାଁ ନିକଟରେ ବୁଲୁଥିଲା ବଣୁଆ ଦନ୍ତା । ଦେଖିଲେ ସ୍ପଷ୍ଟ ଜଣାପଡୁଥିଲା ହାତୀଟି ସାମାନ୍ୟ ଅସୁସ୍ଥ ଅଛି । ଗାଁ ନିକଟରେ ଅସୁସ୍ଥ ହାତୀକୁ ଦେଖି ଭୟଭୀତ ହୋଇଯାଇଥିଲେ ସ୍ଥାନୀୟ ଲୋକେ ।

elephant is dead

ଅସୁସ୍ଥ ଦନ୍ତା ସଂପର୍କରେ ବନବିଭାଗକୁ ଖବର ଦେଇଥିଲେ ଗାଁ ଲୋକ । ଅସୁସ୍ଥ ହାତୀ ଉପରେ ନଜର ରଖିଥିଲେ ବନ ବିଭାଗ । ହାତୀଟି ଛତିଶଗଡରୁ ଆସିଛି । ନିଜ ନିଜ ଭିତରେ ସଂଘର୍ଷରୁ ହାତୀଟି ଆହତ ହୋଇଥିବା ସୂଚନା ଦେଇଥିଲେ ଡିଏଫ୍‌ଓ । ଗତ ରାତିରୁ ବନ କର୍ମଚାରୀ ହାତୀର ଗତିବିଧି ଉପରେ ନଜର ରଖିଥିବାବେଳେ ଶନିବାର ସକାଳୁ ଅସୁସ୍ଥ ହାତୀଟି ଆଖି ବୁଜି ଦେଇଛି । ହାତୀର ମୃତଦେହ ଉଦ୍ଧାର ପରେ ପୋଷ୍ଟମର୍ଟମ ପାଇଁ ପଠାଇଛି ବନବିଭାଗ ।ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+