ଗାଁର ବିକାଶ ନ ହେଲେ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ଗାଁର ବିକାଶ ହେଲେ ଦେଶର ବିକାଶ ହେବ । ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକଶିତ ଭାରତ ଗଠନର ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା କେବଳ ଗାଁର ସାମଗ୍ରିକ ବିକାଶ ଦ୍ୱାରା ହିଁ ସମ୍ଭବ ହେବ । ଗାଁର ବିକାଶ ନ ହେଲେ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ ବୋଲି ରବିବାର ସମ୍ବଲପୁର ଠାରେ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା "ଲୋକାଲ୍ ଚମ୍ପିଆନ୍" ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଆମ ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥା ଏକ ମଜଭୂତ୍ ବ୍ୟବସ୍ଥା । ଗ୍ରାମାଞ୍ଚଳର ବିକାଶ ତଥା ଗାଁରେ ବସବାସ କରୁଥବା ଲୋକମାନଙ୍କର ଜୀବନଜୀବିକାରେ ପରିବର୍ତ୍ତନ ଆଣିବାରେ ପଞ୍ଚାୟତିରାତ ଅନୁଷ୍ଠାନ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗ୍ରାମ ପଞ୍ଚାୟତଗୁଡ଼ିକ ମଧ୍ୟରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ସୁସ୍ଥ ପ୍ରତିଯୋଗିତା କରିବାର ଲକ୍ଷ୍ୟ ନେଇ ଲୋକାଲ୍ ଚମ୍ପିଆନ ପ୍ରଶିକ୍ଷଣ କାର୍ୟ୍ାକ୍ରମ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।

Dharmendra Pradhan

ଗ୍ରାମୀଣ ବିକାଶ ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକର କିପରି ସଠିକ୍ ପରିଚାଳନା ହେବ, ସେ ଲକ୍ଷ୍ୟ ନେଇ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ସ୍ଥାନୀୟ ନେତୃତ୍ୱ, ଜନପ୍ରତିନିଧିଙ୍କ ଭୂମିକା ଓ ଆଞ୍ଚଳିକ କାର୍ଯ୍ୟକୁ ଗୁରୁତ୍ୱ ଦେଇ ଲୋକାଲ୍ ଚମ୍ପିଆନ ପ୍ରଶିକ୍ଷଣ ହେଉଛି । ସମ୍ବଲପୁର ଜିଲ୍ଲା ଗ୍ରାମାଞ୍ଚଳର ପାନୀୟ ଜଳ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଓ ଅନ୍ୟା ନ୍ୟ ଉପରେ ଯେଉଁ ଦୀର୍ଘମିଆଦୀ ଯୋଜନା ହେବ, ତା'ର ମୂଳ ଆଧାର ପଞ୍ଚାୟତିରାଜ ବ୍ୟବସ୍ଥା ହେବ ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତ ସହ ଜଡ଼ିତ ସମସ୍ତଙ୍କୁ ୧୦ଟି ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ କହିଛନ୍ତି ସବୁ ଗ୍ରାମ ପଞ୍ଚାୟତରେ ନିରନ୍ତର ଭାବେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବା ପାଇଁ ଯୋଜନା ହେଉ । ନବଜାତ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟକୁ ବିଶେଷ ପ୍ରାଥମିକତା ଦିଆଯାଉ ।

ଶିଶୁର ଜନ୍ମରୁ ଆରମ୍ଭ କରି ଦ୍ୱାଦଶ ପଢିବା ପର୍ଯ୍ୟନ୍ତ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ଉପରେ ଦୃଷ୍ଟି ଦିଆଯାଉ । ପଞ୍ଚାୟତରେ ରୋଜଗାରକୁ ବ୍ୟବସ୍ଥିତ କରିବା ପାଇଁ ବ୍ୟାପକ ଯୋଜନା ହେଉ । ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ଆସୁଥିବା ଟଙ୍କାର ସଦୁପଯୋଗ କରିବା ପାଇଁ ପରାମର୍ଶ ଦିଆଯାଉ । ସ୍ଥାନୀୟ ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ଚାଷୀ, ବୁଣାକାର ଓ ଅନ୍ୟ ବର୍ଗର ଲୋକଙ୍କୁ ଉପାଦେୟ ପରମର୍ଶ ଦେବା ଦରକାର ।

ସେହିପରି ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ପରି ଅନ୍ୟ ଯୋଜନା ଗୁଡିକର ସଠିକ୍ ସୂଚନା ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ କାମ କରିବାକୁ ହେବ । ସମ୍ଭାବ୍ୟ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଗାଁର ପରିବେଶକୁ ସୁରକ୍ଷିତ ରଖିବା ସହ ସଚେତନତା ତିଆରି କରିବା ପାଇଁ ପଡିବ । ଚାଷରେ ରସାୟନ ସାର ବ୍ୟବହାର କମ୍ କରିବା ସହ ଜୈବିକ ଚାଷ କରାଇବା ପାଇଁ ପ୍ରୋତ୍ସାହନ ଦେବାକୁ ହେବ । ଭାରତ ସରକାର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡିକୁ ନେଇ ଏକ ବିଧିବଦ୍ଧ ପୁସ୍ତକ ପ୍ରକାଶନ କରିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଥିଲେ ଯେ କ୍ରମାଗତ ଭାବରେ ଅନେକ ଶିକ୍ଷିତ ଯୁବକ ଯୁବତୀମାନେ ପଞ୍ଚାୟତିରାଜ ବ୍ୟବସ୍ଥାରେ ସାମିଲ ହେବା ଗଣତନ୍ତ୍ର ପାଇଁ ଶୁଭଙ୍କର ଅଟେ । ରାଜ୍ୟର ଗ୍ରାମ ପଞ୍ଚାୟତ ଗୁଡ଼ିକ ନିଜର କଲ୍ୟାଣକାରୀ କାର୍ଯ୍ୟ ମାଧ୍ୟମରେ ଜାତୀୟ ସ୍ତରରେ ପୁରସ୍କୃତ ହେବା ଆମ ପାଇଁ ଗୌରବମୟ ଉପଲବ୍ଧି ସେ ମତପ୍ରକାଶ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+