ରଥଯାତ୍ରାର ପାଇଁ ସଫେଇ ହେଉଛି ନାଳ ନର୍ଦ୍ଦମା
Rath Yatra 2025: ଚଳିତ ବର୍ଷ ଜୁନ୍ ୨୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଯେଉଁଥି ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସୁରକ୍ଷାଠୁ ଆରମ୍ଭ କରି ସଫା ସଫି ପର୍ଯ୍ୟନ୍ତ ସବୁ କିଛି ଉପରେ ପ୍ରଶାସନର ରହିଛି ନଜର । ଏହାରି ମଧ୍ୟରେ ପୁରୀ ପୌରସଂସ୍ଥା ପକ୍ଷରୁ ପୁରୀ ସହରର ବିଭିନ୍ନ ନଳାର ସଫେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ସୂଚନା ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଏଥର ରଥଯାତ୍ରା ଭିଡ଼ ନିୟନ୍ତ୍ରଣ ପାଇଁ ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରାଯିବ ।
ପୌରସଂସ୍ଥା ପକ୍ଷରୁ ପୁରୀ ସହରର ବିଭିନ୍ନ ନଳାର ସଫେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ମେ ମାସ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ ରଖାଯାଇଛି । ମୋଟ୍ ୧୨ଟି ବଡ଼ ଡ୍ରେନ ଏବଂ ୩୫୭ଟି ଡ୍ରେନର ସଫେଇ କାର୍ଯ୍ୟ ଜାରି ରହିଛି ।

ପୁରୀ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଟ୍ରାଫିକ ନିୟନ୍ତ୍ରଣ ସହ ନୂଆ ପାର୍କିଂ ସ୍ଥଳ ଯୋଡ଼ିବା, ପୁଲିସ୍ ବାହିନୀ ବୃଦ୍ଧି କରିବା, ଭିଡ଼ ନିୟନ୍ତ୍ରଣ ସହ ଶୃଙ୍ଖଳିତ ଦର୍ଶନ ପାଇଁ ବୈଷୟିକ ଜ୍ଞାନକୌଶଳର ସହଯୋଗ ନିଆଯିବ ।












Click it and Unblock the Notifications