ଡ଼ାକ୍ତରଙ୍କୁ ଚୂନ ମାରିଦେଲେ ସାଇବର ଠକ୍, ଲୁଟିନେଲେ ୨୫ ହଜାର ଟଙ୍କା
ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର। ତାଙ୍କ ଆକାଉଣ୍ଟରୁ ଚାଲି ଯାଇଛି ୭୫ ହଜାର ଟଙ୍କା। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶ୍ରୀମାଧବ ସେଠୀ ସହିତ।

ଘଟଣାଟି ଗତ ୧୦ ତାରିଖରେ ଘଟିଛି। ଡାକ୍ତର ସେଠୀ କହିଛନ୍ତି, ସେଦିନ ସେ ମେଡିକାଲରେ ରୋଗୀ ଦେଖୁଥିବା ବେଳେ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ଜଣଙ୍କ ହିନ୍ଦୀରେ କଥା ହେଉଥିଲେ। କିନ୍ତୁ ମୋ ବିଷୟରେ ସବୁ ଜାଣିଥିବା ଭଳି କଥା ହେଉଥିଲେ। ଆତ୍ମୀୟମାନେ ଯେମିତି କଥା ହୁଅନ୍ତି, ସେ ମୋ ସହିତ ସେମିତି କଥା ହେଲେ। ତରତର ଭିତରେ ମୁଁ ତାଙ୍କ ସହିତ ଅଧିକ ସମୟ କଥା ହୋଇପାରି ନଥିଲି। ସେ ମୋତେ କହିଥିଲେ ଯେ ତାଙ୍କର ଜଣେ ସଂପର୍କୀୟ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।
ସେ କାଜୁଆଲିଟିରେ ପଡ଼ିଛନ୍ତି। ତାଙ୍କର ଟଙ୍କା ଦରକାର ଅଛି। ସେ ଟଙ୍କା ପଠାଉଛନ୍ତି, କିନ୍ତୁ ତାଙ୍କ ସଂପର୍କୀୟଙ୍କ ଆକାଉଣ୍ଟକୁ ତାହା ଯାଉ ନାହିଁ। ତେଣୁ ସେ ମୋ ପାଖକୁ ୭୫ ହଜାର ଟଙ୍କା ପଠାଇ ଦେଇଛନ୍ତି। ତା'ର ସ୍କ୍ରିନ୍ ଶଟ୍ ମଧ୍ୟ ସେ ମୋ ହ୍ୱାଟ୍ସଆପ୍କୁ ପଠାଇଥିବା କହିଥିଲେ। ଏହା ସହିତ ଉକ୍ତ ଟଙ୍କାକୁ ତାଙ୍କ ସଂପର୍କୀୟଙ୍କ ଆକାଉଣ୍ଟକୁ ପଠାଇ ଦେବାକୁ କହିଥିଲେ। ନମ୍ବର ପଠାଇ ଦେଇଥିବା କଥା କହିଥିଲେ। ମୁଁ ବ୍ୟସ୍ତତା ଭିତରେ ଆକାଉଣ୍ଟ ନମ୍ବର ଚେକ୍ ନକରି ସେହି ନମ୍ବରରେ ଥରେ ୫୦ ହଜାର ଓ ଆଉ ଥରେ ୨୫ ହଜାର ପଠାଇ ଦେଇଥିଲି। ପଇସା ପଠାଇବା ପରେ ମୁଁ ଆକାଉଣ୍ଟ ଚେକ୍ କଲି। ମୁଁ ଦେଖିଲି ମୋ ପାଖକୁ ପଇସା ଆସି ନଥିଲା। କିନ୍ତୁ ମୋ ଆକାଉଣ୍ଟରୁ ୭୫ ହଜାର ଟଙ୍କା କଟି ଯାଇଥିଲା।












Click it and Unblock the Notifications