Cyclone dana : ବାତ୍ୟା ପରିଚାଳନାରେ ଅବହେଳା , ଦୁଇ ଅଧିକାରୀଙ୍କୁ ନିଲମ୍ୱନ କଲେ ଜିଲ୍ଲାପାଳ

ଭୁବନେଶ୍ୱର: ବାତ୍ୟା ଦାନା ସ୍ଥଳଭାଗ ଛୁଇଁଛି। ଭିତରକନିକା-ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା।ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସକାଳ ଯାଏ ଚାଲୁ ରହିବ।ଏବେ ବାଲେଶ୍ୱର,ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରର ଉପକୂଳ ଅଞ୍ଚଳରେ ୮୦ ରୁ ୧୦୦ କିମି ଚାଲିଛି। ଆଗକୁ ପବନର ବେଗ ଆହୁରି ବଢ଼ିବ।

ଏପଟେ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରେସ ସୂଚନା ଦେଇଛନ୍ତି। ସେ କହିଛନ୍ତି,ଏଯାବତ ୫ ଲକ୍ଷ ୮୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ଆହୁରି ପ୍ରାୟ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ। ୮୩୮୨ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ରଖାଯାଇଛି। କିନ୍ତୁ ଏସବୁ ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ । ବାତ୍ୟା ପରିଚାଳନା ସମୟରେ ନିଜ କାର୍ଯ୍ୟରେ ଅବହେଳା ଯୋଗୁଁ ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦୁଇ ଅଧିକାରୀଙ୍କୁ ନିଲମ୍ୱନ କରିଛନ୍ତି ।

cyclone dana

ଖବର ଅନୁସାରେ ବାତ୍ୟା ପରିଚାଳନାରେ ଅଧିକାରୀମାନେ ନିୟୋଜିତ ହୋଇଥିଲେ । ତେବେ ନିଜ କାର୍ଯ୍ୟରେ ଅବହେଳା ଯୋଗୁଁ ଆଳି ବ୍ଲକ୍ କାର୍ଯ୍ୟାଳୟର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ପ୍ରଧାନ ଏବଂ ଗରଦପୁର ବ୍ଲକ୍ କାର୍ଯ୍ୟାଳୟର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜସ୍ମିନ୍ ସୋରେନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି କ୍ଷ ଦୁଇ ଅଧିକାରୀଙ୍କୁ ଜିଲ୍ଲାପାଳ ନିଲମ୍ୱନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+