ଅର୍ପଣ ଚାଉଳକୁ ନେଇ ବଡ ସୂଚନା ଦେଲେ ଜିଲ୍ଲାପାଳ; ଯେକୌଣସି ମିଲ ଚାହିଁଲେ ନେଇପାରିବେ ଚାଉଳ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ସମୟରେ ଜଗନ୍ନାଥଙ୍କୁ ଗାଡ଼ିରେ ବୁଲାଇ ଜନସାଧାରଣଙ୍କଠାରୁ ଯେଉଁ ଚାଉଳ ଦାନ ଆକାରରେ ସଂଗ୍ରହ କରାଯାଇଥିଲା ତାହାର ସ୍ଥିତିକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଏସବୁ ଚାଉଳକୁ ମିଲକୁ ଦେବାକୁ ଯୋଜନା କରିଛି ଜିଲା ପ୍ରଶାସନ।

କୌଣସି ମିଲ୍ ଚାହିଁଲେ ଅର୍ପଣ ଚାଉଳକୁ ନେଇପାରିବେ ବୋଲି କହିଛନ୍ତି ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ। ଅର୍ପଣ ଚାଉଳ ସମ୍ପର୍କରେ ଜିଳାପାଳ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କୌଣସି ମିଲର୍ସ ଚାହିଁଲେ ଅର୍ପଣ ଚାଉଳ ନେଇପାରିବେ। ଏ ବାବଦରେ ଯେଉଁ ଟଙ୍କା ଆସିବ ତାହା ଶ୍ରୀମନ୍ଦିର ଆକାଉଣ୍ଟରେ ଜମା ହେବ।
ସେହିପରି ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ହବିଷ୍ୟାଳିଙ୍କ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି ବୋଲି ଜିଲାପାଳ କହିଛନ୍ତି। ଅଢ଼େଇ ହଜାର ମହିଳା ଆବେଦନ କରିପାରିବେ ବୋଲି ସେ କହିଛନ୍ତି।












Click it and Unblock the Notifications