ଆଜି ବି ହୋଇପାରିଲା ନାହିଁ ଆଲୋଚନା; ୪ ଟା ଯାଏ ଗୃହ ମୁଲତବି କଲେ ବାଚସ୍ପତି

ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଶୂନ୍ୟକାଳ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା। ସଂରକ୍ଷଣ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ଓ ବିଜେଡି ବିଧାୟକମାନେ ନାରାବାଜି କରିଛନ୍ତି। ଫଳରେ ଗୃହ କାର୍ଯ୍ୟ ଅଚଳ ହେବାରୁ ବାଚସ୍ପତି ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି।

Odisha Assembly

ଓବିସିଙ୍କୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ପାଇଁ ବିଜେଡି ଦାବି କରିଥିବା ବିଧାୟକ ଅରୁଣ ସାହୁ କହିଛନ୍ତି। ଏସସି/ଏସଟିଙ୍କୁ ୩୮.୭୫ପ୍ରତିଶତ ସଂରକ୍ଷଣ, ମେଡିକାଲ ଓ ଇଞ୍ଜିନିୟରିଂରେ ୨୦ପ୍ରତିଶତ ହେଲେ ଓବିସିଙ୍କୁ ଶୂନ୍ୟ ପ୍ରତିଶତ। ଓବିସି ପିଲାମାନଙ୍କୁ ୨୭ପ୍ରତିଶତ ନହେଲେ ବି ୧୧.୨୫ ପ୍ରତିଶତ ସଂରକ୍ଷଣ ଲାଗୁ କରନ୍ତୁ ସରକାର। କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ ପର୍ଯ୍ୟନ୍ତ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ହେବା ଜରୁରୀ।

ଯେପର୍ଯ୍ୟନ୍ତ ଜାତିଭିତ୍ତିକ ଜନଗଣନା ହୋଇନି ସେପର୍ଯ୍ୟନ୍ତ ଏସମସ୍ୟା ଲାଗି ରହିବ। ସରକାର ଯାହା ସଂରକ୍ଷଣ ଦେଇଛନ୍ତି ତାହା ଯଥେଷ୍ଟ ନୁହେଁ ବୋଲି ତାରା କହିଛନ୍ତି। ସେପଟେ ବାଚସ୍ପତିଙ୍କ ପୋଡିୟମ ଉପରକୁ ବିରୋଧୀ ସଦସ୍ୟ ଚଢିବା ଘଟଣାରେ ୨ଜଣ ବିଜେଡି ସଦସ୍ୟଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଗ୍ରହଣ କରିଛନ୍ତି ବାଚସ୍ପତି। ସରକାରୀ ଦଳ ମୁଖ୍ୟ ସଚେତକ ଏହି ନିନ୍ଦା ପ୍ରସ୍ତାବ ଆଣିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+