Get Updates
Get notified of breaking news, exclusive insights, and must-see stories!

ମାର୍ଚ୍ଚରେ ହେବ ସର୍ବ ଭାରତୀୟ ହକି ଚାମ୍ପିୟନସିପ,ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିଜିପିଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର : ଆସନ୍ତା ମାର୍ଚ୍ଚ ମାସରେ ଓଡିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୭୩ତମ ସର୍ବ ଭାରତୀୟ ହକି ଚାମ୍ପିୟନସିପ -୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ଓଡିଶା ପୋଲିସ ଆନୁକୂଲ୍ୟରେ ହେବାକୁ ଥିବା ଏହି ହକି ଚାମ୍ପିୟନସିପ ପାଇଁ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଚାମ୍ପିୟନସିପକୁ ଶୃଙ୍ଖଳିତ ଭାବରେ ପରିଚାଳନା ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଡିଜିପି ଶ୍ରୀ ଖୁରାନିଆ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଚାମ୍ପିୟନସିପରେ ଦେଶର ୨୭ଟି ପୁରୁଷ ଏବଂ ୧୦ଟି ମହିଳା ଟିମ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ରହିବା ସ୍ଥାନ, ନିୟମିତ ଅଭ୍ୟାସ, ଅତିଥିଙ୍କୁ ସ୍ୱାଗତ, ଉଦଘାଟନ ଓ ଉଦଯାପନୀ ସମାରୋହକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଡିଜିପି ବୈଠକରେ ଉପସ୍ଥିତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମ ସମେତ ପୋଖରୀପୁଟ ଓ କିଟ କ୍ୟାମ୍ପସ ଗ୍ରାଉଣ୍ଡରେ ଅଭ୍ୟାସ କରିବେ। ଏଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଏହି ଚାମ୍ପିୟନସିପରେ ବହୁ ଅନ୍ତର୍ଜାତୀୟ ହକି ଖେଳାଳିଙ୍କ ସମେତ ଭିଭିଆଇପି ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବିଶେଷ ଯୋଗ ଦେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଖେଳାଳିଙ୍କୁ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ଉପରେ ଡିଜିପି ବୈଠକରେ ଗୁରୁତ୍ୱାରୋପ କରିଥିଲେ।

ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମ ସମେତ ପୋଖରୀପୁଟ ଓ କିଟ କ୍ୟାମ୍ପସ ଗ୍ରାଉଣ୍ଡରେ ଅଭ୍ୟାସ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏହି ଚାମ୍ପିୟନସିପରେ ବହୁ ଅନ୍ତର୍ଜାତୀୟ ହକି ଖେଳାଳିଙ୍କ ସମେତ ଭିଭିଆଇପି ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବିଶେଷ ଯୋଗ ଦେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଉକ୍ତ ସମୀକ୍ଷା ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ) ଏସ. କେ. ପ୍ରିୟଦର୍ଶୀ, ନିର୍ଦେଶକ (ଏସସିଆରବି ଏବଂ ଏସଏଫଏସଏଲ) ଡ଼. ସନ୍ତୋଷ ବାଲା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାର,

India Hockey Championship

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାର, ଆଇଜିପି (ଟ୍ରେନିଂ) ଅନୁପ କୁମାର ସାହୁ, ଅତିରିକ୍ତ ପୋଲିସ କମିଶନର (କଟକ-ଭୁବନେଶ୍ବର), ଡ଼. ଉମାଶଙ୍କର ଦାଶ, ଡି.ଆଇ.ଜି.ପି (ଅପରେସନ), ଅଖିଳେଶ୍ଵର ସିଂ, ଡି.ଆଇ.ଜି.ପି (ଏସଆଇଡବ୍ଲୁ), ଡ଼. କନୱର ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+