ତିନି ଦିନିଆ କୋରାପୁଟ ଓ ମାଲାନଗିରି ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆସନ୍ତାକାଲି (ବୁଧବାର) ଠାରୁ ତିନି ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଗସ୍ତ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ସେ କୋରାପୁଟ ଜିଲ୍ଲା ମହୋତ୍ସବ "ପରବ ୨୦୨୪" ରେ ଯୋଗ ଦେବେ। ଏହା ସହ ଶ୍ରୀମତୀ ପରିଡ଼ା ଏହି ଦୁଇ ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିସନ ଶକ୍ତି ବିଭାଗର କାର୍ଯ୍ୟନ୍ୱୟନ ସମୀକ୍ଷା କରିବେ। ଏତଦ୍‌ ବ୍ୟତୀତ ସେ ଏହି ଦୁଇ ଜିଲ୍ଲାରେ ଥିବା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ କାର୍ଯ୍ୟକୁ ମଧ୍ୟ ସମୀକ୍ଷା କରିବେ।

Prabhati Parida

ରାଜ୍ୟ ସରକାର କେରାପୁଟ ଓ ମାଲକାନଗିରି ସମେତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକର ବିକାଶ ପାଇଁ ଗୁରୁତ୍ବ ଦେଉଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରି ଓ କୋରାପୁଟ ଗସ୍ତ କରି ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି।

ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀ ଗତ ୧୪ ଓ ୧୫ରେ କୋରାପୁଟ ଗସ୍ତ କରିଥିଲେ। ସେ ପରବ-୨୦୨୪ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଏକ କୃଷି ପ୍ରଧାନ କୋରାପୁଟ ଜିଲ୍ଲାର ବିକାଶକୁ ପ୍ରାଧାନ୍ୟ ଦିଆଯିବ। ସେମିଳିଗୁଡ଼ାରେ ନୂଆ ଶିଳ୍ପାଞ୍ଚଳ ପ୍ରତିଷ୍ଠା ସହ ୬୦୦ କୋଟି ବ୍ୟୟରେ ନିର୍ମାଣ ହେବ ପ୍ଲାଏଉଡ୍‌ କାରଖାନା। ପର୍ଯ୍ୟଟନସ୍ଥଳର ବିକାଶ ପାଇଁ ଅନୁଦାନର ଅଭାବ ରହିବ ନାହିଁ। ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବି ପୂରଣ ହେବ। ଜଗନ୍ନାଥ ସାଗର କାମ ଅଟକିବ ନାହିଁ। ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ଗମନାଗମନ, ଜୀବିକା ନିର୍ବାହ ସମସ୍ତ କ୍ଷେତ୍ରକୁ ବିକଶିତ କରାଯାଇ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଯାହା କୋରାପୁଟକୁ ଭାରତରେ ଏକ ନମ୍ବର ଜିଲ୍ଲାରେ ପରିଣତ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+