ଉପ ମୁଖ୍ୟମନ୍ତ୍ରୀ ଦେଲେ କଡା ନିର୍ଦ୍ଦେଶ; ମନ୍ ଇଚ୍ଛା ହେବ ନାହିଁ କଟନି ଛଟିନ
ଦିନକ ପରେ ଧାନ କିଣା ଆରମ୍ଭ ହେବାକୁ ଯାଉଥିବା ବେଳେ ପୁଣି ଉଠିଲା କଟ୍ନି ଛଟ୍ନି ପ୍ରସଙ୍ଗ। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ମନ ଇଚ୍ଛା କଟନି ଛଟନି ହେବ ନାହିଁ, ଯେତେ କମ୍ ହେବ । ଯେଉଁଠି ଏଫ.ଏ.କ୍ୟୁ ମାନ କମ୍ ଥିବ ଏବଂ ଧାନରେ ଆର୍ଦ୍ରତା ଥିବ, ସେଠାରେ କେତେ ପ୍ରତିଶତ କଢ଼ାଯିବ, ତାହା ନିର୍ଦ୍ଧାରିତ କରାଯିବ ।

ତେବେ ସୁରୁଖୁରୁରେ କିଭଳି ଧାନ କିଣା ହେବ, ସେନେଇ ପ୍ରସ୍ତୁତି ହୋଇଥିବା କହିଛନ୍ତି କେଭି ସିଂହଦେଓ । ଧାନ କିଣାର ଗୋଟେ ସ୍ଲିପ ଚାଷୀ ଏବଂ ଆଉ ଗୋଟେ ସ୍ଲିପ୍ ସରକାରଙ୍କ ପାଖରେ ରହିବ । ୨୦ ତାରିଖରେ ବରଗଡ଼ ଜିଲ୍ଲାର ସୋହେଲାରେ ଧାନ କିଣା ଆରମ୍ଭ ହେବ। ଏକ ବିରାଟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ଖୋଲାଯିବ ମଣ୍ଡି ।












Click it and Unblock the Notifications