ପରିତ୍ୟକ୍ତ କୂଅରୁ ହାତୀର ଗଳିତ ମୃତଦେହ ଉଦ୍ଧାର

ଆଠଗଡ ବନଖଣ୍ଡରେ ଅସୁରକ୍ଷିତ ହାତୀ । ପୁଣି ସାମ୍ନାକୁ ଆସିଛି ହାତୀ ମୃତ୍ୟୁ ଖବର । ଆଠଗଡ ରେଞ୍ଜର କନ୍ଦରପୁର କେନ୍ଦୁଟୋକୋଲି ନିକଟରେ ଏକ ପରିତ୍ୟକ୍ତ କୂଅରୁ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଦୀର୍ଘ ଦିନ ଧରି ହାତୀର ମୃତଦେହ କୂଅର ପଡିଥିଲା । ତେବେ କୂଅରୁ ପାଣି ଶୁଖିବା ପରେ ହାତୀର ଗଳିତ ମୃତଦେହ ଦେଖିବାକୁ ମିଳିଛି । ଚନ୍ଦକା ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ହାତୀଟି ଏହି ରାସ୍ତା ଦେଇ ଆସିଥିବାବେଳେ କୂଅରେ ଗଳି ପଡିଥିବା ସନ୍ଦେହ କରାଯାଉଛି । ଖବର ପାଇ ଆଠଗଡ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

elephant death

ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ମୃତ୍ୟୁ ହେଉଛି ହାତୀ ମଣିଷ ଲଢେଇରେ କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷର ଜୀବନ ଯାଉଛି । ହେଲେ ଏହି ବିଶାଳ ଜନ୍ତୁର ସୁରକ୍ଷା ଆମ ପରିବେଶ ସନ୍ତୁଳନ ପାଇଁ ନିହାତି ଦରକାର । କିନ୍ତୁ ଆଶ୍ଚର୍ଯ୍ୟର କଥା ଗତ କିଛି ବର୍ଷ ଭିତରେ ଓଡ଼ିଶାରେ ବଢିବାରେ ଲାଗିଛି ହାତୀ ମୃତ୍ୟୁ ହାର । ପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା ଦିନେ ହାତୀ ବଂଶ ପାଇଁ ଗର୍ବିତ ଥିବା ଓଡ଼ିଶା ଏବେ ହାତୀ ମାନଙ୍କ ସମାଧି ସ୍ଥଳ ପାଲଟିବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+