ମହାନଦୀରେ ଭାସି ଯାଇଥିବା ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣଙ୍କ ମୃତ ଉଦ୍ଧାର, ଅନ୍ୟ ଜଣେ ଏବେ ବି ନିଖୋଜ

କଟକ ମହାନଦୀରେ ବୁଡି ଯାଇ ଶୁକ୍ରବାର ୨ ଜଣ ନିଖୋଜ ହେବା ଘଟଣାରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଜଣଙ୍କୁ ଉଦ୍ଧାର କରିବା ଲାଗି ତଲାସୀ ଅଭିଯାନ ଜାରି ରହିଛି।

death

ଜଗତପୁର ବାଲିସାହି ନିକଟରେ ଆଜି ମହାନଦୀରେ ଗାଧୋଇବା ବେଳେ ଦୁଇ ଜଣ ଛାତ୍ର ଆର୍ଯ୍ୟନ ନାୟକ ଓ ମନୋରଞ୍ଜନ ବେହେରା ବୁଡି ଯାଇଥିଲେ। ଉଭୟ ଜଗତପୁର ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣାପଡିଛି। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ବହୁ ଖୋଜାଖୋଜି ପରେ ଆର୍ଯ୍ୟନ ନାୟକର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମନୋରଂଜନ ନାୟକ ଏବେ ବି ନିଖୋଜ ଥିବା କୁହାଯାଇଛି।

ଆଜି ସ୍କୁଲରେ ସାହିତ୍ୟ ବିଷୟ ପରୀକ୍ଷା ଶେଷ ହେବା ପରେ ୧୧ ଜଣ ଛାତ୍ର ଘରକୁ ନ ଯାଇ ନଦୀ କୂଳକୁ ଆସିଥିଲେ। ଦୁଇ ଛାତ୍ର ଆର୍ଯ୍ୟନ ନାୟକ ଓ ମନୋରଞ୍ଜନ ବେହେରା ନଦୀକୁ ଗାଧୋଇବା ପାଇଁ ଯାଇ ପାଣିରେ ବୁଡି ଯାଇଥିଲେ। ଖବର ପାଇ ଅଗ୍ନିଶମ ଓ ଓଡ୍ରାଫର ଦୁଇଟି ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ସମୟ ଧରି ଖୋଜାଖୋଜି କରିବା ପରେ ଆର୍ଯ୍ୟନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+