ବନ୍ଦ ଘରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ
ବନ୍ଦ ଘର ଭିତରୁ ମିଳିଛି ବାପା-ଝିଅଙ୍କ ମୃତଦେହ। କଟକ ବାଦାମବାଡ଼ି ଅଞ୍ଚଳରେ ଥିବା ବିକାଶ ଭବନ ନିକଟ ସ୍ନେହଲତା ଆପାର୍ଟମେଣ୍ଟର ଏକ ଫ୍ଲାଟରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଝିଅଟିର ବୟସ ୧୬ ବର୍ଷ ହେବ ବୋଲି ଜଣାପଡ଼ିଛି। ବାପାର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବାବେଳେ ଝିଅର ମରଶରୀର ବେଡ୍ ଉପରେ ପଡ଼ି ରହିଥିଲା। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ଘଟିଛି ତାହା ଜଣାପଡ଼ିନାହିଁ।













Click it and Unblock the Notifications