Get Updates
Get notified of breaking news, exclusive insights, and must-see stories!

ଭଙ୍ଗା ଯିବ ବର୍ତ୍ତମାନର ନଅ ତାଲା, ସେଚ ସଦନ ଓ ରାଜୀବ ଭବନ -ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ

ଭଙ୍ଗାଯିବ ନଅ ତାଲା । ବର୍ତ୍ତମାନ ଲୋକସେବା ଭବନର ଅତି ନିକଟରେ ଥିବା ନଅ ତାଲା, ସେଚ ସଦନ ଏବଂ ରାଜୀବ ଭବନକୁ ଭଙ୍ଗାଯିବ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତାଙ୍କ କହିବା ଅନୁସାରେ, ଏ ସବୁ କୋଠା ବିପଦସଙ୍କୁଳ ବୋଲି ଘୋଷଣା ହୋଇସାରିଛି । ଏହାସହିତ ତିନୋଟି ପର୍ଯ୍ୟାୟରେ ନୂଆ ଲୋକସେବା ଭବନ ନିର୍ମାଣ ହେବ । ପ୍ରଥମ ପର୍ଯ୍ୟାୟରେ ଲୋକସେବା ଭବନର ମୁଖ୍ୟ ଅଫିସଟି ଖାରବେଳ ଭବନ ନିକଟରେ ନିର୍ମାଣ ହେବ । ଏହାପରେ ପାଓ୍ୱାର ହାଉସ ଛକକୁ ଲାଗି ଏଡିଏମ୍ ଅଫିସ, OSEPA ଅଫିସ୍ ପାଖରେ ହେବ ନୂତନ ଲୋକସେବା ଭବନ ଅଫିସ୍ ।

The current nine locks

ଅନ୍ୟପଟେ ରାଜ୍ୟରେ ନୂଆ ବିଧାନସଭା ତିଆରି ନେଇ ଖବର ଆସିବା ପରେ, ଚର୍ଚ୍ଚା ହେଉଥିଲା ଯେ, ପୁରୁଣା ବିଧାନସଭା କଣ ହେବ? ଏବେ ଏନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତାଙ୍କ କହିବା ଅନୁସାରେ, ବର୍ତ୍ତମାନ ଥିବା ବିଧାନସଭା କୋଠାକୁ ଭଙ୍ଗାଯିବନି । ଏହାକୁ ସନ୍ତକ ହିସାବରେ ରଖାଯିବ । ଏମିତି କି ଭବିଷ୍ୟତରେ ଏହାକୁ ମ୍ୟୁଜିୟମ ଭାବରେ ମଧ୍ୟ ବ୍ୟବହାର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆଗକୁ ଓଡ଼ିଶାରେ ବିଧାନ ପରିଷଦ ଗଠନ ହୁଏ ତେବେ ଏହି ପୁରୁଣା ବିଧାନସଭା ଗୃହକୁ ବିଧାନ ପରିଷଦ ଗୃହ ଭାବେ ମଧ୍ୟ ବ୍ୟବହାର କରିହେବ ବୋଲି ସେ ସୂଚନା ଦେଇଛନ୍ତି । ଏହାସହ ନୂଆକରି ତିଆରି ହେବାକୁ ଥିବା ବିଧାନସଭାରେ ୩୦୦ ସଦସ୍ୟ ବସିପାରିବେ । ଲୋକସେବା ଭବନ ଏବଂ ବିଧାନସଭା ମଝିରେ ଥିବା ଖାଲି ସ୍ଥାନରେ ଏହି ନୂଆ ବିଧାନସଭା ଗଠନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+