ରାଜ୍ୟ ଭିଜିଲାନ୍ସର ବରିଷ୍ଠ ପାହ୍ୟାରେ ୪୮ଟି ନୂଆ ପଦବୀ ସୃଷ୍ଟିକୁ ମଞ୍ଜୁରୀ

ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ଭିଜିଲାନ୍ସରେ ବରିଷ୍ଠ ପାହ୍ୟାରେ ୪୮ଟି ନୂଆ ପଦବୀ ସୃଷ୍ଟିକୁ ମଞ୍ଜୁରୀ ଦେଇଛନ୍ତି । ଏହାସହିତ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଶିକ୍ଷକ ଓ କର୍ମଚାରୀମାନଙ୍କ ଗ୍ରାଚୁଇଟି ପରିମାଣକୁ ୫ଲକ୍ଷ ଟଙ୍କାରୁ ସାଢ଼େ ୭ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ଭିଜିଲାନ୍ସରେ ୮ଟି ଅତିରିକ୍ତ ଏସପି, ୨୪ଟି ଡିଏସପି ଓ ୧୬ଟି ପୁଲିସ ସବଇନ୍ସପେକ୍ଟର ପଦବୀ ସୃଷ୍ଟି କରାଯାଇଛି । ସେହିପରି ବିଭିନ୍ନ ଶିକ୍ଷକ ସଂଘମାନଙ୍କର ଅନୁରୋଧରେ ମୁଖ୍ୟମନ୍ତ୍ରୀ ଆଜି ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର କର୍ମଚାରୀମାନଙ୍କ ଗ୍ରାଚୁଇଟି ପରିମାଣକୁ ସାଢ଼େ ୭ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।

State Vigilance
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+