ନରହନ୍ତା ସ୍ବାମୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଲେ କୋର୍ଟ, ରାୟ ଶୁଣାଣି ପରେ ପେନ୍ ଭାଙ୍ଗିଲେ ଜଜ୍

ହତ୍ୟାକାରୀ ସ୍ୱାମୀକୁ ଫାଶୀ ଦଣ୍ଡ । ଦଣ୍ଡାଦେଶ କଲେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦ୍ୱିତୀୟ । ମୃତ୍ୟୁ ଦଣ୍ଡାଦେଶ ପରେ ପେନ୍ ଭାଙ୍ଗିଲେ ଜଜ୍ । ୨୦୨୨ ଜୁନ ୯ରେ ସ୍ତ୍ରୀ ସରସ୍ୱତୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ସଞ୍ଜିତ ଦାସ ।

court

ସର୍ବନିମ୍ନ ଦଣ୍ଡାଦେଶ ପାଇଁ ଯୁକ୍ତି କରିଥିଲେ ଓକିଲ । କୋର୍ଟରେ ସରକାରୀ ଓକିଲ ଏହାକୁ ବିରୋଧ କରିଥିଲେ । ସ୍ତ୍ରୀକୁ ୩୩ଥର ଛୁରି ଭୁସିଥିଲା ସଞ୍ଜିତ ଦାସ । ୬ ବର୍ଷିୟ ଝିଅର ତଣ୍ଟି କାଟି ଦେଇଥିଲା ବାପା । ଝିଅ ଜୀବନ ଫେରିପାଇବାକୁ ୩ ମାସ ସମୟ ଲାଗିଥିଲା ।

କ୍ଷତ ଆକାର ଓ ସଂଖ୍ୟା ଦେଖି ବିଚାର କରିବାକୁ ଯୁକ୍ତି । ଅପରାଧ ଗମ୍ଭୀରତା ବିଚାର ପାଇଁ ଯୁକ୍ତି କରିଥିଲେ ଓକିଲ । ବିରଳରୁ ବିରଳ ଘଟଣା କହିଲେ ବିଚାରପତି । ଦୁଇ କୁନି ଝିଅଙ୍କଠାରୁ ମାକୁ ଛଡାଇ ନେଇଥିଲା ସଞ୍ଜିତ । ମୃତ୍ୟୁ ଯାଏଁ ଝୁଲାଇବାକୁ ଲେଇ ପେନ ଭାଙ୍ଗିଲେ ବିଚାରପତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+