ମୋଦିଙ୍କ ନେତୃତ୍ବରେ ଦେଶ ଆଗକୁ ବଢୁଛି, ମୁଖ୍ୟମନ୍ତ୍ରୀ

ବାରବାଟୀରେ ଷ୍ଟାଡିୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଛନ୍ତି ଯେ ୧୯୮୦ ମସିହା ପର୍ଯ୍ୟନ୍ତ ଦେଶର ଆର୍ଥିକ ଅଭିବୃଦ୍ଧି ହାର ଏତେ କମ ରହୁଥିଲା ଯେ ପାଶ୍ଚାତ୍ୟ ଅର୍ଥଶାସ୍ତ୍ରୀମାନେ ତାତ୍ସଲ୍ୟ କରି ଭାରତର ଅଭିବୃଦ୍ଧିକୁ 'ହିନ୍ଦୁ ଅଭିବୃଦ୍ଧି ହାର' କହୁଥିଲେ। କିନ୍ତୁ, ୨୦୧୪ ପରେ ଏହି ମାନସିକତାରେ ଅଭୁତପୂର୍ବ ପରିବର୍ତ୍ତନ ଆସିଛି। ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କ ନେତୃତ୍ଵରେ ଦେଶ ଏକ ନୂତନ ବିକାଶର ମାର୍ଗରେ ଚାଲିବା ଆରମ୍ଭ କରିଛି ।

ଆଜି ମୋଦୀ ଜୀ ଦେଶର ଅର୍ଥନୀତିକୁ ବିଶ୍ଵର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ କରିଛନ୍ତି, ଯାହା ଆସନ୍ତା କିଛି ବର୍ଷ ମଧ୍ୟରେ ବିଶ୍ଵର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି।

mohan majhi

ମୋଦୀଜୀଙ୍କ ଅନେକ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁ ଦେଶ ଆଜି ନୂଆ ନୂଆ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । 'ମେକ୍-ଇନ-ଇଣ୍ଡିଆ' କାର୍ଯ୍ୟକ୍ରମ ଆଜି ଭାରତକୁ ଆତ୍ମନିର୍ଭର ରାସ୍ତାରେ ଆଗକୁ ନେଉଛି । 'ଚିପ୍ ରୁ ସିପ୍' ପର୍ଯ୍ୟନ୍ତ ମାନୁଫାକଚରିଂ ର ସମସ୍ତ ସ୍ତରରେ ଭାରତ ସଫଳତା ହାସଲ କରିବା ଆରମ୍ଭ କରିଛି ।
ଭାରତର ସାମୁଦ୍ରିକ ବାଣିଜ୍ୟର ଗୌରବକୁ ପୁନରୁଦ୍ଧାର କରିବା ଓ 'Blue Economy'ର ଅଭିବୃଦ୍ଧି ପାଇଁ ମୋଦୀଜୀ 'ସମୁଦ୍ର ସେ ସମୃଦ୍ଧି'ର ପରିକଳ୍ପନା କରିଛନ୍ତି ।

ମୋଦୀଜୀଙ୍କ ଏହି ଏଗାର ବର୍ଷର ନେତୃତ୍ଵର ସଫଳତାର ତାଲିକା ବହୁତ ଲମ୍ବା। କିନ୍ତୁ, ଆଜି ଏହି ଶୁଭ ମୁହୂର୍ତ୍ତରେ ମୁଁ କିଛି ଯୋଜନା ବିଷୟରେ ଉଲ୍ଲେଖ କରିବି, ଯାହା ସାଧାରଣ ନାଗରିକଙ୍କ ଜୀବନକୁ ସୁଖଦ, ସ୍ଵାଚ୍ଛନ୍ଦ ଓ ସାବଲୀଳ କରିପାରିଛି। ଯେପରିକି ସ୍ଵଚ୍ଛ ଭାରତ ଅଭିଯାନ, ଉଜ୍ଜ୍ଵଳା ଯୋଜନା, ଜନଧନ ଯୋଜନା, ଆୟୁଷ୍ମାନ ଭାରତ, ପ୍ରଧାନ ମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜିଏସଟି, ମେକ ଇନ ଇଣ୍ଡିଆ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, କିଶାନ ସମ୍ମାନ ନିଧି, ଡିଜିଟାଲ ଇଣ୍ଡିଆ, ନୂତନ ଶିକ୍ଷାନୀତି-୨୦୨୦ ଇତ୍ୟାଦି। ଏହି ସବୁ ଯୋଜନାର ଫଳ ସ୍ୱରୂପ ମୋଦୀଜୀଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତର ପ୍ରାୟ ୨୫ କୋଟି ଲୋକ ବହୁମୂଖୀ ଦାରିଦ୍ର୍ୟର ଉପରକୁ ଉଠିପାରିଛନ୍ତି।

ଗତ ପ୍ରାୟ ୧୯ ମାସ ହେବ ଓଡିଶା ବି ଏହି ଦ୍ରୁତ ବିକାଶର ଯାତ୍ରୀ ହୋଇଛି। ରାଜ୍ୟବାସୀଙ୍କ ଭଲପାଇବା ତଥା ଅସୀମ ଆଶୀର୍ବାଦକୁ ପାଥେୟକରି ସାଧାରଣ ଜନତାଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମ ସରକାର ଅନବରତ ଭାବେ କାର୍ଯ୍ୟକରୁଛି। ଆମର ଲକ୍ଷ୍ୟ ହେଉଛି ଆସନ୍ତା ଦଶ ବର୍ଷ ମଧ୍ୟରେ ସମୃଦ୍ଧ ଓଡିଶା ଗଠନ କରିବା। ଯେତେବେଳେ ୨୦୩୬ ମସିହାରେ ଆମେ ସ୍ଵତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବା, ଆମ ରାଜ୍ୟ ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଥିବ। ଏହି ସ୍ଵପ୍ନକୁ ପୂରଣ କରିବା ପାଇଁ ରାଜ୍ୟର ପ୍ରତ୍ଯେକ ନାଗରିକ, ପ୍ରତ୍ଯେକ ଅଞ୍ଚଳ, ପ୍ରତ୍ଯେକ ଜିଲ୍ଲା ସମୃଦ୍ଧ ହେବା ଉଚିତ। ଅନ୍ଯଥା, ଏହି ପରିକଳ୍ପନାକୁ ସାକାର କରି ହେବ ନାହିଁ।
ଏଥିପାଇଁ ଆମ ସରକାର ମାନନୀୟ ମୋଦୀ ଜୀଙ୍କର ମନ୍ତ୍ର, 'ସବ୍‍କା ସାଥ୍, ସବ୍‍କା ବିକାଶ, ସବ୍‍କା ବିଶ୍ବାସ ଓ ସବ୍‍କା ପ୍ରୟାସ' ମନ୍ତ୍ରରେ ଉଦବୁଦ୍ଧ ହୋଇ କାର୍ଯ୍ୟ କରୁଛି। ବର୍ତ୍ତମାନ, ସମାଜରେ ଏକ ଦ୍ରୁତ ପରିବର୍ତ୍ତନଶୀଳ ବାତାବରଣ ସୃଷ୍ଟି ହୋଇଛି। କ୍ଷୀପ୍ର ଗତିରେ ଟେକ୍ନୋଲୋଜି ବଦଳୁଛି। ଏଥି ସହିତ ତାଳ ଦେଇ ନ ଚାଲିଲେ, ଆମେ ପଛରେ ପଡିଯିବା। ତେଣୁ, ନୂତନ ବୈଷୟିକ ଜ୍ଞାନ କୌଶଳକୁ ଆଦୃତ କରି ରାଜ୍ୟକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ଆମେ କାର୍ଯ୍ୟ କରୁଛୁ।
ଆମ ବିକାଶ ମଡେଲରେ ରହିଛନ୍ତି, ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ରେଖାଙ୍କିତ କରାଯାଇଥିବା ଚାରି ବର୍ଗ, ଯେପରିକି ଗରିବ, ଅନ୍ନଦାତା, ଯୁବ ଏବଂ ମହିଳାଙ୍କ ପ୍ରତି ବିଶେଷ ଧ୍ୟାନ ରଖିବା। ଓଡ଼ିଶା ଏକ ଜନମଙ୍ଗଳକାରୀ ରାଜ୍ୟ। ତେଣୁ ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ସୁବିଧା ଯେପରିକି ବିଜୁଳି, ପାଣି ଓ ସଡକ ପରି ସୁବିଧା ଯୋଗାଇ ଦେବା ପାଇଁ ଆମ ସରକାର, ଲୋକଙ୍କ ସରକାର, ଆପଣଙ୍କ ସରକାର ବିଭିନ୍ନ ଯୋଜନା କରିଛନ୍ତି।
ଆସନ୍ତା କିଛି ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାଥମିକ ତଥା ଉଚ୍ଚ ଶିକ୍ଷାର ସ୍ୱରୂପ ସଂପୂର୍ଣ୍ଣଭାବେ ବଦଳିବାକୁ ଯାଉଛି। ଏଇ କିଛି ଦିନ ପୂର୍ବେ ବାଣପୁର ଠାରେ ମା' ଭଗବତୀଙ୍କ ଆଶୀର୍ବାଦ ନେଇ ମୁଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲି। ଏହି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆସନ୍ତା ଦିନରେ ଦେଶରେ ଏକ ମଡେଲ ହେବାକୁ ଯାଉଛି। ମହିଳା ସୁରକ୍ଷା ଆମ ସରକାରଙ୍କ ପାଇଁ ସର୍ବାଗ୍ରେ। ଏଥିପାଇଁ ଆମେ 'ଶୂନ୍ୟ ସହନଶୀଳତା ନୀତି' ଆପଣାଇଛୁ। ମୋଦୀଙ୍କ ପରିକଳ୍ପନା 'ଲାଖପତି ଦିଦି' ଯୋଜନାରେ ଓଡିଶା ରହିଛି ସର୍ବାଗ୍ରେ। କାରଣ ଆମ ପାଇଁ ମହିଳା ସଶକ୍ତିକରଣ ହେଉଛି ଏକ ପ୍ରତିବଦ୍ଧତା, ସ୍ଲୋଗାନ ନୁହେଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+