ଦୁର୍ନୀତିଖୋର ଅଧିକାରୀ ସାବଧାନ ଭୁଲ କରିଥିଲେ ନିସ୍ତାର ନାହିଁ; ମୁଖ୍ୟମନ୍ତ୍ରୀ

ଆକ୍ସନ ମୁଡ଼ରେ ମୋହନ ସରକାର। ଦୁର୍ନୀତି ଖୋର୍ ଅଫିସର ଏବେ ସାବଧାନ । ଦୁର୍ନୀତିଖୋର ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଇବ ନାହିଁ ସରକାର। ଦୁର୍ନୀତି ନିବାରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Mohan Charan Majhi

ମୁଖ୍ୟମନ୍ତ୍ରୀ କହିଛନ୍ତି, ଭିଜିଲାନ୍ସ ବିଭାଗ ୪ ମାସରେ ଅନେକ କାମ କରିଛି। ୬ ଜଣ ଚିଫ ଇଞ୍ଜିନିୟର ଜେଲରେ ଅଛନ୍ତି। ଅନେକ କ୍ଲାସ ୧ ଅଫିସର ଜେଲରେ ଅଛନ୍ତି। ୬ କେଜି ସୁନା ଗହଣା ଜବତ ହୋଇଛି। ଏହା ଫିଲ୍ମର ଟ୍ରେଲର ଚାଲିଛି ଫିଲ୍ମ ବାକି ଅଛି। ଏଣେ ଏହି ଅବସରରେ ୫ 'ଟି' ଦୁର୍ନୀତି କଥା ଉଠାଇବାକୁ ବି ଭୁଲିନାହାନ୍ତି ମୁଖ୍ୟମନ୍ତ୍ରୀ।

ଓଡ଼ିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ରାଜ୍ୟରେ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ ପ୍ରତିଷ୍ଠା ହେବ। ଏହାଛଡ଼ା ଭିଜିଲାନ୍ସ ବିଭାଗରେ ୮ଜଣ ଏସପି, ୮ ଜଣ ଅତିରିକ୍ତ ଏସପି, ୨୪ ଜଣ ଡିଏସପି ଓ ୧୬ ଜଣ ଏସଆଇ ନିୟୋଜିତ ହେବେ। ତଦନ୍ତରେ ସହଯୋଗ ଲାଗି ୨୪ ଜଣ ସାଇବର ଏକ୍ସପର୍ଟ, ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ବ୍ୟାଙ୍କ ଏକ୍ସପର୍ଟ ନିୟୋଜିତ ହେବେ । ୧୩୫ ମୋଟର ସାଇକେଲ, ୧୬୦ ଡେସ୍କଟପ/ଲ୍ୟାପଟପ ବି ଯୋଗାଇ ଦିଆଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+