ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ; ଜାଗୃତିଙ୍କ ମଥାରେ ଅନୁଭବଙ୍କ ସିନ୍ଦୂର
ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଓଡ଼ିଆ ସୁପରଷ୍ଟାର ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ମଙ୍ଗଳବାର ସାମ୍ବାଦିକ ଏବଂ ଲେଖିକା ଜାଗୃତି ଶୁକ୍ଳାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା କୁହାଯାଉଛି। ପରିବାର ସଦସ୍ୟ ଏବଂ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ରାଜ୍ୟ ବାହାରେ ବିବାହ ସମ୍ପନ୍ନ ହୋଇଛି। ବର ଏବଂ କନ୍ୟା ମାଳା ଆଦାନପ୍ରଦାନ କରୁଥିବାର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଦମ୍ପତି ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ବିଷୟରେ କୌଣସି ସୂଚନା ଦେଇନାହାନ୍ତି। ମାର୍ଚ୍ଚ ୮ ତାରିଖରେ ନିର୍ବନ୍ଧ କରିବା ପରେ ସେମାନେ ଉଭୟେ ସେମାନଙ୍କର ସମ୍ପର୍କକୁ ସାର୍ବଜନୀନ କରିଥିଲେ। ଗୋପନୀୟତା ବଜାୟ ରଖିବା ପାଇଁ ଓଡ଼ିଶା ବାହାରେ ମଧ୍ୟ ନିର୍ବନ୍ଧ କରାଯାଇଥିଲା।
ଜାଗୃତି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ଅନ୍ତରଙ୍ଗ ନିର୍ବନ୍ଧ ଉତ୍ସବର ଫଟୋ ପୋଷ୍ଟ କରିଥିଲେ। ତାଙ୍କ ପୋଷ୍ଟରେ ଲେଖା ଥିଲା, ମୁଁ ମୋର ସବୁଠାରୁ ଭଲ ବନ୍ଧୁ ଅନୁଭବ ମହାନ୍ତିଙ୍କୁ ହଁ କହିଲି। ଆମ ପରିବାରର ଆଶୀର୍ବାଦ ଏବଂ ବନ୍ଧୁମାନଙ୍କ ନିରନ୍ତର ସମର୍ଥନ ପାଇଁ ମୋର ହୃଦୟ କୃତଜ୍ଞତାରେ ଉଛୁଳି ପଡୁଛି। ବନ୍ଧୁତାର ଏହି ବନ୍ଧନ କିଛି ସୁନ୍ଦର ରୂପ ନେଇଛି, ଏବଂ ମୁଁ ଆମର ପ୍ରେମ କାହାଣୀ ଏକାଠି ଲେଖିବାକୁ ଆଉ ଅପେକ୍ଷା କରିପାରୁନାହିଁ।












Click it and Unblock the Notifications