ହ୍ୟୁମାନ ସାଗରଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ, ଭୁବନେଶ୍ବର ଏମ୍ସ ପକ୍ଷରୁ ସୂଚନା ଜାରି
ଓଡ଼ିଶାର ପ୍ରଖ୍ୟାତ ଲୋକପ୍ରିୟ ଯୁବ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଏ ନେଇ ଭୁବନେଶ୍ଵର ଏମସ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ତାଙ୍କୁ ଆଇସିୟୁ ଭିତରେ ରଖି ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ଵାବଧାନରେ ଚିକିତ୍ସା କରାଯାଉଛି।

ପରୀକ୍ଷା ନିରୀକ୍ଷା ପରେ ହ୍ୟୁମାନଙ୍କ ଏକାଧିକ ଅଙ୍ଗ କାର୍ଯ୍ୟ କରୁ ନ ଥିବାର ଲକ୍ଷଣ ଦେଖିବାକୁ ମିଳିଛି। ତା' ଛଡ଼ା ଶ୍ଵାସକ୍ରିୟାଜନିତ ସମସ୍ୟା, କିଡନୀ, ଲିଭର ଅଚଳ ହେବାର ସମସ୍ୟା, ରକ୍ତଜମାଟ ବାନ୍ଧିବା ସମସ୍ୟା ଆଦି ରହିଛି। ସେହିପରି ବାଇଲାଟେରାଲ ନିମୋନିଆ, ଡାଇଲେଟେଡ କାର୍ଡିଓମାୟୋପାଥି ଲକ୍ଷଣ ଦେଖାଯାଇଛି।
ବର୍ତ୍ତମାନ ସମୟରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ରହିଛି। ଶ୍ଵାସକ୍ରିୟା ସମସ୍ୟା ଯୋଗୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। କିଡନୀ ଅଚଳ ହୋଇପଡ଼ିବାରୁ ସିଆରଆରଟି ଡାୟାଲିସିସ କରାଯାଉଛି। ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ତାଙ୍କ ଚିକିତ୍ସାରେ ଲାଗିଛନ୍ତି।












Click it and Unblock the Notifications