ହାତୀଙ୍କ ସୁରକ୍ଷା ନେଇ ବଢ଼ିଲା ଚିନ୍ତା, ୩ ବର୍ଷରେ ଗଲାଣି ୩୭ ହାତୀଙ୍କ ଜୀବନ

ହାତୀ ଜୀବନ ରକ୍ଷା ପାଇଁ ପଡ଼ିଛି ଭାଳେଣି । କାରଣ ଯେଉଁ ପରି ଭାବରେ ହାତୀଙ୍କ ଜୀବନ ଯାଉଛି ଏହା ଗୋଟାଏ ବଡ ସମସ୍ୟା ହୋଇଛି । ବଣପାହାଡ଼ ଘେରା କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ଏକଦା ହାତୀପଲ ସୁରକ୍ଷିତ ବୁଲୁଥିଲେ। ଖଣିଖାଦାନ, ଶିଳ୍ପ, ରାସ୍ତାଘାଟ ତଥା ଡ୍ୟାମ୍‌ ଏବଂ ଜଙ୍ଗଲ ଅନୁପ୍ରବେଶ ଓ ଜବରଦଖଲ ଆଦି କାରଣରୁ ଜଙ୍ଗଲ ପଦା ହୋଇଯାଇଥିବାରୁ ହାତୀ ବାସହରା ହୋଇ ସହର ଓ ଗାଁ ମୁହଁା

elephants

ହେଉଛନ୍ତି। ଫଳରେ ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ ଘଟୁଛି। ବିଭିନ୍ନ କାରଣରୁ ଗତ ୩ ବର୍ଷରେ ୩୭ ହାତୀଙ୍କ ମୃତ୍ୟୁ ଘଟିଛି। ଆଗରୁ ସେମାନେ ଜଙ୍ଗଲ ମଧ୍ୟରେ ରହୁଥିବା ବେଳେ ନିର୍ଦ୍ଦିଷ୍ଟ ପଥରେ ଅନ୍ୟ ଜିଲା, ରାଜ୍ୟକୁ ଯିବା ଆସିବା କରୁଥିଲେ। ସେ ସବୁ ମଧ୍ୟ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବାରୁ ପଥଭ୍ରଷ୍ଟ ହୋଇ ଏଣେତେଣେ ବିଚଳିତ ହୋଇ ବୁଲୁଛନ୍ତି, ଯାହାଦ୍ୱାରା ବନ ବିଭାଗକୁ ହାତୀ ସୁରକ୍ଷା ଚିନ୍ତା ଘାରିଛି।

ସୂଚନା ଅନୁଯାୟୀ, ୨୦୨୨-୨୩ରେ ୧୨ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୩-୨୪ରେ ବୃଦ୍ଧି ପାଇ ୧୮ ହାତୀ ମୃତ୍ୟୁବରଣ କରିଛନ୍ତି। ସେହିପରି ୨୦୨୪-୨୫ରେ ଅଦ୍ୟାବଧି ଅର୍ଥାତ୍‌ ୫ ମାସରେ ୭ ହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ବର୍ତ୍ତମାନ କେନ୍ଦୁଝରରେ ୧୩୯ ହାତୀ ଚଳପ୍ରଚଳ କରୁଛନ୍ତି। ସେଥିମଧ୍ୟରୁ ଚମ୍ପୁଆର ସରେଇ ଜଙ୍ଗଲରେ ୭, ଗୁମୁରା ହରିଡ଼ାଯୋଡ଼ିରେ ୧୫, ଚମକପୁରରେ ୧୪, ଯୋଡା ବୈତରଣୀ ବି ରିଜର୍ଭ ଜଙ୍ଗଲରେ (ଝରଣ ଗ୍ରାମ ନିକଟ) ୧୧, ବନ୍ଧନୀଝରୀ ରିଜର୍ଭ ଜଙ୍ଗଲରେ ୨ ଦଳରେ ୪ ଓ ୩୭, ରାଇଗୋଡା ପ୍ରୋଟେକ୍ଟେଡ ରିଜର୍ଭ ଜଙ୍ଗଲରେ ୧୩, ପୋଡ଼ାଡିହି ଖେସରା ଜଙ୍ଗଲରେ ୧୨, ଚମ୍ପେଇ ପ୍ରୋଟେକ୍ଟେଡ ରିଜର୍ଭ ଜଙ୍ଗଲରେ ୧, ବାରବାଙ୍କ ରିଜର୍ଭ ଜଙ୍ଗଲରେ ୩ ଦଳରେ ୫, ୧ ଓ ୧୦, ନୟାଗଡ ରିଜର୍ଭ ଜଙ୍ଗଲରେ ୮, କାରୋ ରିଜର୍ଭ ଜଙ୍ଗଲରେ ୧ ହାତୀ ବୁଲୁଛନ୍ତି। ସେଥିରୁ ୨୧ ଜୁଭେନାଇଲ, ୨୮ ଛୁଆହାତୀ, ୨୮ ଦନ୍ତାହାତୀ, ୬୦ ମାଈ ହାତୀ ରହିଥିବା ଜଣାପଡ଼ିଛି। ବିଶେଷ ଭାବେ ହାତୀ ଖାଦ୍ୟ ପାଇଁ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଜୀବନହାନି ଘଟାଉଛନ୍ତି। ମଣିଷ ଓ ହାତୀ ମଧ୍ୟରେ ବର୍ଷତମାମ ତିକ୍ତତା ଲାଗିରହୁଛି। ହାତୀପଲ ପଲ ହୋଇ ବୁଲୁଥିବାରୁ ଗତିପଥ ନିରୀକ୍ଷଣ, ଜନବସତିରୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ବନ କର୍ମଚାରୀ, ହାତୀ ସ୍କ୍ବ୍ବାଡ ଦିନରାତି ପରିଶ୍ରମ କରୁଥିଲେ ହେଁ ବିଫଳ ହେଉଛନ୍ତି।

ଅନ୍ୟପକ୍ଷେ କେଉଁଠି ହାତୀ ଶିକାର ହେଉଥିବା ବେଳେ କେଉଁଠି ରାସ୍ତା ଓ ଟ୍ରେନ୍‌ ଦୁର୍ଘଟଣାରେ ଜୀବନହାନି ହେଉଛି। ଅନେକ ଘଟଣାରେ ବିଦ୍ୟୁତ୍‌ ଆଘାତରେ ଦୁଃଖଦ ମୃତ୍ୟୁବରଣ କରୁଛନ୍ତି। ହାତୀଙ୍କ ଖାଦ୍ୟର ସ୍ବାଦ ପରିବର୍ତ୍ତନ ହୋଇଥିବାରୁ ଜଙ୍ଗଲର ଖୋଲାସ୍ଥାନରେ ଧାନ ବୁଣି ଖାଦ୍ୟ ବ୍ୟବସ୍ଥା କରାଗଲେ ଏବଂ ତତ୍‌ସହିତ ସେମାନଙ୍କ ପାରମ୍ପରିକ ଖାଦ୍ୟ ବାଉଁଶ, ଗଛଲତା, ଆଖୁ ଆଦି ଚାଷ କରାଗଲେ ସେମାନେ ପଦାକୁ ଆସିବେ ନାହିଁ ବୋଲି ମତପ୍ରକାଶ ପାଉଛି। ହାତୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ହେଁ ମୃତ୍ୟୁକୁ ରୋକାଯାଇ ପାରୁ ନ ଥିବାରୁ ଖୋଦ ବନ ବିଭାଗ ଚିନ୍ତାରେ ପଡ଼ିଛି। ଡିଏଫ୍‌ଓ କେନ୍ଦୁଝର ଧନ୍‌ରାଜ ଏଚ.ଡି ସୂଚନା ଦେଇଛନ୍ତି, ଘର ଓ ଚାଷ କ୍ଷୟକ୍ଷତି ପାଇଁ ଲୋକଙ୍କୁ କ୍ଷତିପୂରଣ ଦିଆଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+