ରାଜଧାନୀରେ ବଡ ଧରଣର ସାଇବର ଠକେଇ ପାଇଁ ଚାଲିଥିଲା ଯୋଜନା ; ନକଲି କଲ୍ ସେଣ୍ଟର ଠାବ, ୬ ଜଣ ଅଟକ

ରାଜଧାନୀରେ ଚାଲିଥିଲା ନକଲି କଲ୍ ସେଣ୍ଟର। ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ କମିଶନରେଟ ପୁଲିସର ସାଇବର ଟିମ ଆଜି ଚଢ଼ାଉ କରି ଏହି ନକଲି କଲ୍ ସେଣ୍ଟର ଠାବ କରିଛି। ପୁଲିସ ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିସହ ଏକାଧିକ ଲାପଟପ୍, ମୋବାଇଲ ଓ ଅନେକ ଡିଜିଟାଲ ଡିଭାଇସ ଜବତ କରିଛି। ଅଟକ ୬ ଜଣ ଘର କୋଲକାତାରେ ବୋଲି ଜଣାଯାଇଛି

cyber fraud

କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ଫ୍ଲାଟରେ ନକଲି କଲ୍ ସେଣ୍ଟର ଚାଲିଥିବା କମିଶନରେଟ ପୁଲିସର ସାଇବର ଟିମ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସାଇବର ଟିମ ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ଆପାର୍ଟମେଣ୍ଟରେ ନକଲି କଲ୍ ସେଣ୍ଟର ଚାଲିଥିବା ଜଣାପଡ଼ିଥିଲା। ଏହି କଲ୍‌ ସେଣ୍ଟରରେ ଲୋକମାନଙ୍କୁ ଫେକ୍‌ କଲ୍‌ କରଯାଇ ଚୁନ ମାରୁଥିଲେ ସାଇବର ଲୁଟେରା। ଏଥିସହ ଆପାର୍ଟମେଣ୍ଟରୁ ସିମ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ ଠାବ କରିଛି ପୁଲିସ।

ନକଲି କଲ୍ ସେଣ୍ଟର ଠାବ ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, କଲ୍ ସେଣ୍ଟର ଚଳାଉଥିବା ୬ ଜଣଙ୍କୁ ରିମାଣ୍ଡରେ ନିଆଯିବ। ଏଥିରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ଅଟକ ୬ ଜଣଙ୍କୁ ପଚରାଉଚରା କରିବା ପରେ ଜଣାପଡ଼ିବ। ଅଧିକ ତଦନ୍ତ ପାଇଁ ଟେକ୍ନିକାଲ ଟିମ୍‌ର ସାହାଯ୍ୟ ନିଆଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+