ନିର୍ବାଚନ ସରିବା ପରେ ହଟିଲା ଆଦର୍ଶ ଆଚରଣ ବିଧି
ଭୁବନେଶ୍ୱର: ନିର୍ବାଚନ ସରିବା ପରେ ହଟିଲା ଆଦର୍ଶ ଆଚରଣ ବିଧି ,ଆଚରଣ ବିଧି ହଟାଇଲେ ଭାରତୀୟ ନିର୍ବାଚନ କମିଶନନିର୍ବାଚନ ତାରିଖ ଘୋଷଣାଠାରୁ ଆଚରଣ ବିଧି ଲାଗୁ ହୋଇଥିଲା , ଦେଶରେ ଲୋକସଭା ନିର୍ବାଚନ ସରିବା ସହ ରାଜ୍ୟରେ ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଗୁରୁବାର ହଟାଯାଇଛି ।

ଏନେଇ ନିର୍ବାଚନ ଆୟୋଗ ଓଡ଼ିଶାର ମୁଖ୍ୟ ସଚିବ ଓ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୧୬ତାରିଖରୁ ଲାଗୁ କରାଯାଇଥିଲା । ରାଜ୍ୟରେ ୪ଟି ପର୍ଯ୍ୟାୟରେ ବିଧାନସଭା ଓ ଲୋକ ସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇଛି ।












Click it and Unblock the Notifications