ଆସନ୍ତା କାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି, ଏହି କାରଣ ପାଇଁ
ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ । ଭୁବନେଶ୍ୱର ୟୁନିଟ୍ ୫ ସ୍ଥିତ ପ୍ରକୋଷ୍ଠରେ ଶୁଣାଣି ବନ୍ଦ ରହିବ ।ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି । ମ୍ୟୁଖମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

୨ ଦିନର କାଳ ବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିଛି । ଦିନର ତାପମାତ୍ରା ୩୫ ଡିଗ୍ରୀ ପାର୍ କରିଛି । ଦିନରେ ଲୋକମାନେ ଘରୁ ବାହାରକୁ ଯିବାକୁ ଭୟ କରୁଛନ୍ତି । ଅଂଶୁଘାତରେ ଏକାଧିକ ଜୀବନ ଚାଲିଗଲାଣି ।












Click it and Unblock the Notifications