ପୁଣି ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ଆବେଦନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ସୋମବାର ଦିନ ଅନୁଷ୍ଠିତ ହେବ । ଭୁବନେଶ୍ୱର ୟୁନିଟ୍-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏହି ଅଭିଯୋଗ ଶୁଣାଣି ହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି ।

ଏଥିପାଇଁ ଅନ୍ଲାଇନ୍ ପଞ୍ଜୀକରଣ ଆସନ୍ତାକାଲି ପୂର୍ବାହ୍ଣ ୧୧ଟାରୁ ଆରମ୍ଭ ହେବ । ସର୍ବାଧିକ ହଜାରେ ଜଣ ପଞ୍ଜୀକରଣ କରିପାରିବେ । ଜନଶୁଣାଣି ପୋର୍ଟାଲ https://janasunani.odisha.gov.in/ ଏବଂ ଜନଶୁଣାଣି ମୋବାଇଲ ଆପ୍ରେ ଅଭିଯୋଗକାରୀମାନେ ପଞ୍ଜୀକରଣ କରିପାରିବେ ।












Click it and Unblock the Notifications